BJP: ପ୍ରଧାନମନ୍ତ୍ରୀଙ୍କ କୂଟନୀତିକୁ କଂଗ୍ରେସର କଟାକ୍ଷ ପରେ ବିଜେପିର ତୀବ୍ର ପ୍ରତିକ୍ରିୟା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶୀ ନେତାମାନଙ୍କୁ ଆଲିଙ୍ଗନ କରିବା ଶୈଳୀକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉପହାସ କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହାର ଦୃଢ଼ ଜବାବ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସେ କଂଗ୍ରେସ ନେତାଙ୍କ ନିଜ ପରିବାରର କୂଟନୈତିକ ଇତିହାସକୁ ମନେ ପକାଇ ସୋସିଆଲ ମିଡିଆ ଏକ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ କ୍ୟୁବାର ବିପ୍ଳବୀ ନେତା ଫିଡେଲ କାଷ୍ଟ୍ରୋ ଏବଂ ପାଲେଷ୍ଟାଇନ ନେତା ୟାସର ଆରାଫତଙ୍କ ଆଲିଙ୍ଗନର ପୁରୁଣା ଫଟୋ ସେୟାର କରିଛନ୍ତି।

ଆହୁରି ପଢନ୍ତୁ :Jharkhand: ଝାଡ଼ଖଣ୍ଡ ଚାକିରି ଆଶାୟୀଙ୍କ ଆନ୍ଦୋଳନ ୨୧ତମ ଦିନରେ

ଏହାସହ ନିଶିକାନ୍ତ ଗତ ୮ ବର୍ଷ ତଳେ ଲୋକସଭାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରିଥିବା ଫଟୋ ମଧ୍ୟ ପୋଷ୍ଟ କରି ତୀବ୍ର କଟାକ୍ଷ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ରାହୁଲ ପ୍ରଶ୍ନ କରିଥିଲେ ଯେ ବିଦେଶ ନୀତି ମାନେ କେବଳ ନେତାମାନଙ୍କୁ ଆଲିଙ୍ଗନ କରିବା ବୋଲି ପ୍ରଧାନମନ୍ତ୍ରୀଙ୍କ ମନକୁ ଧାରଣା କେଉଠାରୁ ଆସିଲା।

ଆହୁରି ପଢନ୍ତୁ :Bihar: ବିହାରରେ ବିଷାକ୍ତ ଗ୍ୟାସ୍‌ ନେଲା ୪ ଜଣଙ୍କ ଜୀବନ

ଅପରପକ୍ଷରେ ଏହି ଆଲୋଚନା ସମୟରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ନାମ ନେଇ ହୋଇଥିବା ଟିପ୍ପଣୀକୁ ବିଜେପି ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ରାହୁଲଙ୍କୁ ପରିପକ୍ୱ ହେବାକୁ ପରାମର୍ଶ ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରି ସେ ଦେଶର ଲକ୍ଷ ଲକ୍ଷ ଭୋଟରଙ୍କ ବୁଦ୍ଧିମତାକୁ ଉପହାସ କରୁଛନ୍ତି ବୋଲି କହିଛନ୍ତି। ସେହିପରି ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ଅଭିଯୋଗ କରିଛନ୍ତି ଯେ ସୋସିଆଲମିଡିଆ ମିମ୍ସ ଏବଂ ରିଲ୍ସ ପ୍ରସ୍ତୁତ କରିବା ପାଇଁ ବିରୋଧୀ ଦଳ ନେତା ଏଭଳି ଅସଂସ୍କୃତିକ ଓ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଯାହା ସାମ୍ବିଧାନିକ ପଦର ଗରିମା ବିରୋଧୀ ଅଟେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.