ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀର ଯମୁନା ନଦୀରେ ବହୁ ସଂଖ୍ୟାରେ ମାଛ ମରି ଭାସୁଥିବା ଘଟଣାକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହାକୁ ନେଇ ଶାସକ ବିଜେପି ଓ ବିରୋଧୀ ଆମ୍ ଆଦମୀ ପାର୍ଟି (ଆପ୍) ପରସ୍ପରକୁ ଦୋଷାରୋପ କରିଛନ୍ତି। ଛଟ୍ ପୂଜା ପୂର୍ବରୁ ସୋନିଆ ବିହାର ଅଞ୍ଚଳରେ ନଦୀରେ ମଲା ମାଛ ଭାସୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହି ବିବାଦ ଆରମ୍ଭ ହୋଇଛି।
ଦିଲ୍ଲୀର ପରିବେଶ ମନ୍ତ୍ରୀ ପରବେଶ ବର୍ମା ଅଭିଯୋଗ କରିଛନ୍ତି ଯେ, ସରକାରଙ୍କୁ ବଦନାମ କରିବା ଓ ଛଟ୍ ପୂଜାର ପରିବେଶ ନଷ୍ଟ କରିବା ଉଦ୍ଦେଶ୍ୟରେ କେତେକ ଲୋକ ଜାଣିଶୁଣି ମଲା ମାଛ ନଦୀରେ ପକାଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଅଭିଯୋଗ ଦାଖଲ କରାଯାଉଥିବା ସେ କହିଛନ୍ତି।
ପାଣି ମଣିଷଙ୍କ ପାଇଁ କିପରି ସୁରକ୍ଷିତ?
ଅନ୍ୟପକ୍ଷରେ ଆପ୍ ନେତା ତଥା ବିଧାୟକ ସୌରଭ ଭରଦ୍ୱାଜ ସରକାରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନଦୀର ଦୂଷିତ ଜଳ ଯୋଗୁଁ ମାଛଗୁଡ଼ିକ ମରିଥାଇପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ମାଛ ବଞ୍ଚିପାରୁନାହାନ୍ତି, ତେବେ ସେହି ପାଣି ମଣିଷଙ୍କ ପାଇଁ କିପରି ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ଏକ ମାସ ମଧ୍ୟରେ ଯମୁନାରେ ମାଛ ମଡ଼କର ଦ୍ୱିତୀୟ ଘଟଣା। ତେବେ ମାଛ ମରିବାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।
Home Ministry: ଜାକିର ନାଏକଙ୍କ ସଂଗଠନ ''ଆଇଆରଏଫ୍''କୁ ଆଉ ୫ ବର୍ଷ ପାଇଁ ନିଷିଦ୍ଧ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

53 minutes ago
2


