ARTICLE AD BOX
ମ.ରାମପୁର: କଳାହାଣ୍ଡିଜିଲ୍ଲା ମଦନପୁର ରାମପୁର ଥାନା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ପୁଲିସର ବଡ଼ ସଫଳତା। ୨୪ ଘଣ୍ଟା ମଧ୍ୟରେ ତିନିଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୁଲିସ୍। ଆଉ ଜଣେ ଅଭିଯୁକ୍ତକୁ ପୁଲିସ୍ ଖୋଜୁଛି। ଉକ୍ତ ତିନିଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ୍ ସୂଚନା ଦେଇଛି।
ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ଫକୀର ରଣା ମ.ରାମପୁରରେ କାମ ସାରି ବାଇକ୍ ଯୋଗେ ନିଜ ଗାଁ ଘରକୁ ଫେରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳକୁ କିଛି ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ନେଇ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
ଡାକ୍ତର ମୃତ ଘୋଷଣା କରିଥିଲେ
ଶ୍ରୀ ରଣାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୂର୍ବ ବିବାଦ, ରାଜନୈତିକ ଶତ୍ରୁତା କିମ୍ବା ଠିକା କାମକୁ ନେଇ ଶ୍ରୀ ରଣାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ମ.ରାମପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ଶ୍ରୀ ରଣାଙ୍କ ମୃତ୍ୟୁକୁ ନେଇ ଡି.କର୍ଲାଖୁଣ୍ଟାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
SIR: ଏସ୍ଆଇଆର୍ ପରେ ପଶ୍ଚିମବଙ୍ଗ ହାଉସିଂ ଯୋଜନା ହିତାଧିକାରୀ ତାଲିକାରୁ ୫୭,୦୦୦ ନାଁ ବାଦ୍

54 minutes ago
1


