BJP files complaint against MP: ସାଂସଦ ସୁଲତା ଦେଓଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ବିଜେପିର ଅଭିଯୋଗ

1 hour ago 1
ARTICLE AD BOX

ଭୁବନେଶ୍ୱର: ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ନ୍ୟାସନାଲ ପ୍ଲାଗ୍‌ କୋର୍ଡ ଉଲ୍ଲଂଘନ କରିବା ସହ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତିନ ନବୀନଙ୍କ ଭାବମୂର୍ତିକୁ କ୍ଷୁଣ୍ଣ କରିଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି। ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତିନ ନବୀନଙ୍କ ‘ହର୍ ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ସେ ଉତ୍ତୋଳନ କରିଥିବା ଜାତୀୟ ପତାକାକୁ ଏଆଇର ଦୁରୁପଯୋଗ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଏହା ବିଜେପିର କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନଙ୍କ ଭାବନାକୁ ଘୋର ଆଘାତ ଦେଇଛି। 

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

ଶ୍ରୀମତୀ ଦେଓ ଏ ପ୍ରକାର ସାମାଜିକ ଗଣମାଧ୍ୟମକୁ ବିଭିନ୍ନ ସମୟରେ ଅପବ୍ୟବହାର କରି ବିଜେପିର ନେତାମାନଙ୍କୁ ଅପମାନିତ କରୁଛନ୍ତି। ସେମାନଙ୍କ ଚରିତ୍ର ସଂହାର କରିବା ପାଇଁ ଉଦ୍ୟମ କରୁଛନ୍ତି। ଏ ସମସ୍ତ ବିଷୟକୁ ତଦନ୍ତ କରି ଜାତୀୟ ପତାକାର ଅପମାନ କରୁଥିବା ତଥା ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଚରିତ୍ର ସଂହାର କରୁଥିବା ଏପ୍ରକାର ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ଦାବି କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଶତରୂପା ମିଶ୍ର, ତୃପ୍ତିମୟୀ ମକଦ୍ଦମ, ଅଜିତ ଦାଶ, ଅର୍ଚ୍ଚନା ବେହେରା, ସୁପ୍ରିୟା ରଥ ପ୍ରମୁଖ ଉପସ୍ଥିତ ଥିଲେ।

India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.