BJD Alleges Irregularities ଭଦ୍ରକ ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳୁନି ରିଲିଫ୍: ବିଜେଡ଼ି ପ୍ରତିନିଧି ଦଳ

1 hour ago 1
ARTICLE AD BOX

ଭଦ୍ରକ(ହରିହର ନାୟକ): ଭଦ୍ରକ ବ୍ଲକ୍‌ର ବନ୍ୟା କ୍ଷତିଗ୍ରସ୍ତଙ୍କ ନିକଟରେ ସହାୟତା ଓ ରିଲିଫ୍ ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚିପାରୁନାହିଁ।  ରିଲିଫ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଛି ବୋଲି ଭଦ୍ରକ ନିର୍ବାଚନମଣ୍ଡଳୀ ଗସ୍ତ କରିବା ପରେ ବିଜେଡି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି। ଏହି ମର୍ମରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେଇଛନ୍ତି। 

ଭଦ୍ରକ ବନ୍ୟା: ଉଜୁଡ଼ିଛି ୫ ବ୍ଲକ୍‌ର ୩୪ ହଜାର ହେକ୍ଟର ଫସଲ

 ବିଜେଡି ପ୍ରତିନିଧି ଦଳର କହିବାନୁସା‌ରେ,  ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ହଦଗଡ଼ ଜଳ ପ୍ରକଷ୍ଟ ଫାଟକ ଖୋଲିବା ପରେ ସାଳନ୍ଦୀ ନଦୀରେ ବିପଦ ସଂଙ୍କେତ ଉପରେ ବନ୍ୟା ଜଳ ପ୍ରଭାବିତ ହୋଇଥିଲା । ଯାହାର ପ୍ରଭାବରେ  ଭଦ୍ରକ ନିର୍ବାଚନ ମଣ୍ଡଳୀର ଅଧାରୁ ଅଧୂକ ଅଞ୍ଚଳରେ ବନ୍ୟାରେ ପ୍ରଭାବିତ ହୋଇଛି।   ବନ୍ୟା ଜଳ ୮ ରୁ ୧୦ ଟି ଗ୍ରାମ ପଞ୍ଚାୟତରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। 

Bhadrak Flood ଭଦ୍ରକ ବନ୍ୟା ସ୍ଥିତିରେ ଆସିଛି ସାମାନ୍ୟ ସୁଧାର, ଏବେ‌ବି ୩୪୬ ରିଲିଫ୍‌ କ୍ୟାମ୍ପ୍‌ରେ ପ୍ରଭାବିତ ଜନତା

ଆଜି ଭଦ୍ରକ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ନିର୍ବାଚିତ ଜନପ୍ରତିନିଧୂ ତଥା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ  ନେତୃତ୍ୱ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକ ର ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଚାଷଜମି କ୍ଷୟକ୍ଷତି ଆକଳନ,କଚ୍ଚା ଘର ଭାଙ୍ଗିଥୂବା ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବିପତ୍ର ପ୍ରଦାନ  କରାଯାଇଛି।

 ଏହି ଦାବିପତ୍ର ପ୍ରଦାନ ବେକେ ବିଜେଡି ନେତା ତଥା ଦଳର  ରାଜ୍ୟ ସମ୍ପାଦକ ଭଦ୍ରକ ବ୍ଲକର  ଉପାଧ୍ୟକ୍ଷ  ମୁକୁନ୍ଦ ଦେବ ସାମଲ , ଯୋଗେନ୍ଦ୍ର ଘଡ଼େଇ ,  ମହିଳା ନେତ୍ରୀ ଦେବୀଦତ୍ତା ମହାନ୍ତି, ରୁନୁ ମହାନ୍ତିଙ୍କ ସମେତ ଅନ୍ୟ ବିଜେଡି ନେତା ଓ  କର୍ମୀ  ଉପସ୍ଥିତ ଥିଲେ। 

Shock in Bhadrak BJD: ଭଦ୍ରକ ବିଜେଡିରେ କମ୍ପନ: ଥରକେ ଛାଡ଼ିଲେ ୩ ବ୍ଲକ୍‌ ଅଧ୍ୟକ୍ଷ, ଆଗକୁ ସଂଖ୍ୟା ବଢ଼ିପାରେ

ବିଜେଡି ରାଜ୍ୟ ସମ୍ପାଦକ ମୁକୁନ୍ଦ ଦେବ  ସାମଲ  କହିଛନ୍ତି, ଭଦ୍ରକ ବ୍ଲକରେ ପ୍ରାୟ ୧୫ ହଜାର ହେକ୍ଟର ରୁ ଅଧିକ ଚାଷ ଜମି ନଷ୍ଟ ହୋଇଛି।  ୩୦ ହେକ୍ଟର ଜମିରେ ତଳି  ଧାନ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ ସରକାର ମାଗଣାରେ ବିହନ ଯୋଗାଇ ଦିଅନ୍ତୁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.