ARTICLE AD BOX
ମୁମ୍ବାଇ: ବିପାଶା ବସୁ ଦୀର୍ଘ ବର୍ଷ ପରେ ପୁଣିଥରେ ଅଭିନୟ ଜଗତକୁ ଫେରିଛନ୍ତି। ବିପାଶା ଜଣାଶୁଣା ନିର୍ଦ୍ଦେଶକ ହଂସଲ ମେହତାଙ୍କ ଆଗାମୀ କ୍ରାଇମ୍ ଥ୍ରିଲର୍ ସିରିଜ୍ ‘ବାରାବାଙ୍କି’ ପାଇଁ ସୁଟିଂ ଆରମ୍ଭ କରିଥିବା ଜଣାପଡ଼ିଛି।
୧୯୮୪ ମସିହାକୁ ପୃଷ୍ଠଭୂମି କରି ନିର୍ମିତ ଏହିସିରିଜ୍ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଆଲୋକ ଲାଲଙ୍କ ପୁସ୍ତକ ‘ଦ ବାରାବାଙ୍କି ନାର୍କୋସ୍: ବଷ୍ଟିଂ ଇଣ୍ଡିଆଜ୍ ମୋଷ୍ଟ ନଟୋରିଅସ୍ ଡ୍ରଗ୍ କାର୍ଟେଲ୍’ ଉପରେ ଆଧାରିତ।
ଏହି ସିରିଜ୍ଟି ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଆଲୋକ ଲାଲଙ୍କ ନେତୃତ୍ୱରେ ଚାଲିଥିବା ଏକ ବାସ୍ତବ ଅପରେସନ୍ରୁ ପ୍ରେରିତ। ଉତ୍ତରପ୍ରଦେଶର ବାରାବାଙ୍କି ଜିଲ୍ଲାରେ ସକ୍ରିୟ ଥିବା ଏକ ବଡ଼ ଅଫିମ ଚୋରାଚାଲାଣକାରୀ ଗ୍ୟାଙ୍ଗ୍କୁ ଧ୍ୱଂସ କରିବା ଏହି ଅପରେସନ୍ର ମୁଖ୍ୟ ଲକ୍ଷ୍ୟ ଥିଲା। ବିପାଶା ବସୁଙ୍କ ସହ ଏହି ସିରିଜ୍ରେ ସନ୍ନି କୌଶଲ ଏବଂ ‘ହୋମ୍ବାଉଣ୍ଡ’ ଅଭିନେତା ବିଶାଲ ଜେଠୱା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ତେବେ ଉଭୟଙ୍କ ଚରିତ୍ର ସମ୍ପର୍କରେ ବର୍ତ୍ତମାନ କୌଣସି ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇନାହିଁ।
ନିର୍ଦ୍ଦେଶକ ହଂସଲ ମେହତାଙ୍କ ସହ କାମ କରିବାର ସୁଯୋଗ ମିଳିଛି
ବିପାଶା ଗତ ମାସରୁ ମୁମ୍ବାଇରେ ‘ବାରାବାଙ୍କି’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ତାଙ୍କର ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ହଂସଲ ମେହତାଙ୍କ ସହ କାମ କରିବାର ସୁଯୋଗ ମିଳିଛି। ଏହି ସିରିଜ୍କୁ ଜଣେ ଆଇପିଏସ୍ ଅଧିକାରୀ ଏବଂ ତାଙ୍କ ଟିମ୍ର ପ୍ରତ୍ୟକ୍ଷ ଅନୁଭୂତି ଭାବେ ଉପସ୍ଥାପନ କରାଯାଇଛି। ପ୍ରଭାବଶାଳୀ ଡ୍ରଗ୍ କାର୍ଟେଲ୍ଗୁଡ଼ିକ ବିରୋଧରେ ଅଭିଯାନ ଚଳାଇ ସେମାନଙ୍କ ଚୋରାଚାଲାଣ ନେଟୱର୍କକୁ ଧ୍ୱଂସ କରିବା ହିଁ ଏହି କାହାଣୀର ମୁଖ୍ୟ ବିଷୟ।
‘ମେଡ୍ ଇନ୍ ଇଣ୍ଡିଆ: ଦ ଟାଇଟନ୍ ଷ୍ଟୋରି’ ପାଇଁ ପରିଚିତ ପ୍ରଭଲୀନ କୌର ଏହି ସିରିଜ୍ର ସହ-ପ୍ରଯୋଜକ ଅଛନ୍ତି। ବିପାଶାଙ୍କ ଚରିତ୍ର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ତେବେ ରିପୋର୍ଟ ଅନୁଯାୟୀ, ତାଙ୍କ ଚରିତ୍ରର କାହାଣୀର ମୁଖ୍ୟ ନାୟକଙ୍କ ସହ ଏକ ଗଭୀର ସମ୍ପର୍କ ରହିବ। ହଂସଲ ମେହତା ତାଙ୍କୁ ଏହି ପ୍ରୋଜେକ୍ଟ ପାଇଁ ପ୍ରସ୍ତାବ ଦେବାର କିଛି ସମୟ ପରେ ହିଁ ବିପାଶା ଏଥିରେ ଅଭିନୟ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ଏହାସହ ହଂସଲ ମେହତା ମଧ୍ୟ ବିପାଶାଙ୍କ ସହ କାମ କରିବାକୁ ଇଚ୍ଛା ଥିବା ନିର୍ଦ୍ଦେଶକମାନଙ୍କ ତାଲିକାରେ ଥିଲେ।
Death: ବିସିଇଟିରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

8 hours ago
1


