Bill: ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ପ୍ରସଙ୍ଗ: ଚଳିତ ଅଧିବେଶନରେ ବିଲ୍‌ ଆସିବା ନେଇ ଅନିଶ୍ଚିତତା

3 days ago 4
ARTICLE AD BOX

ନୂଆଦିଲ୍ଲୀ: ଲୋକସଭା ଆସନର ପୁନର୍ବିନ୍ୟାସ ବା ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ସମ୍ପର୍କିତ ବିଲ୍‌କୁ ନେଇ କେନ୍ଦ୍ର ସରକାର ଏବେ ପଛକୁ ହଟିଥିବା ଜଣାପଡ଼ିଛି। ଚଳିତ ମୌସୁମୀ ଅଧିବେଶନରେ ଏହି ବିଲ୍‌ଗୁଡ଼ିକୁ ଆଗକୁ ନେବା ପାଇଁ ସରକାରଙ୍କ ପକ୍ଷରୁ ଆଉ ତତ୍ପରତା ଦେଖାଯାଉନାହିଁ। ସଂସଦରେ ଜାରି ରହିଥିବା ଗତିରୋଧ ଏବଂ ବିରୋଧୀ ଦଳଗୁଡ଼ିକ ସହମତ ନ ହେବା ଏହାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ଆହୁରି ପଢନ୍ତୁ: State cabinet: ରାଜ୍ୟ କ୍ୟାବିନେଟ୍‌ରେ ୬ଟି ବିଭାଗର ୧୦ଟି ପ୍ରସ୍ତାବ ଗୃହୀତ

ଏପ୍ରିଲରେ କେନ୍ଦ୍ର ସରକାର ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣକୁ ଶୀଘ୍ର ଲାଗୁ କରିବା ପାଇଁ ସାମ୍ବିଧାନିକ ସଂଶୋଧନ ସମେତ ଏକାଧିକ ବିଲ୍‌ ଆଣିଥିଲେ। ପ୍ରସ୍ତାବିତ ବ୍ୟବସ୍ଥାରେ ବର୍ତ୍ତମାନର ୫୪୩ ଲୋକସଭା ଆସନ ସଂଖ୍ୟା ବଢ଼ାଇବା ଏବଂ ନୂଆ ସୀମା ପୁନଃନିର୍ଦ୍ଧାରଣ ଜରିଆରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ କରିବାର ବ୍ୟବସ୍ଥା ଥିଲା। ଏହାର ଲକ୍ଷ୍ୟ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ଲାଗୁ କରିବା ଥିଲା। ତେବେ ଏପ୍ରିଲ ୧୭ରେ ଲୋକସଭାରେ ସାମ୍ବିଧାନିକ ସଂଶୋଧନ ବିଲ୍‌ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ପାଇପାରିନଥିଲା।

ଆହୁରି ପଢନ୍ତୁ: World Elephant Day: ବିଶ୍ୱ ହାତୀ ଦିବସ ପାଳିତ: ହାତୀ ସଂରକ୍ଷଣ ପାଇଁ ବିଜ୍ଞାନ, ପ୍ରଯୁକ୍ତି ଓ ସମୁଦାୟ ସହଭାଗିତା ଉପରେ ଗୁରୁତ୍ୱ

ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ମୁଖ୍ୟ ଆପତ୍ତି ହେଉଛି ଏହାକୁ ସୀମା ପୁନଃନିର୍ଦ୍ଧାରଣ ସହ ଯୋଡ଼ାଯିବା। ବିରୋଧୀ ଦଳଗୁଡ଼ିକ କହୁଛନ୍ତି, ବର୍ତ୍ତମାନର ୫୪୩ ଆସନକୁ ଆଧାର କରି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇପାରିବ। କଂଗ୍ରେସ ଏହି ଦାବି ଉପରେ ନିଜ ଆଭିମୁଖ୍ୟରେ ଅଟଳ ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗତ ସପ୍ତାହରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ପ୍ରାୟ ୫୦ ମିନିଟ୍‌ ଆଲୋଚନା କରିଥିଲେ ମଧ୍ୟ ସହମତି ହୋଇପାରିନଥିଲା। ଏହି ପରିସ୍ଥିତିରେ ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌ ଆଣିବା ସମ୍ଭାବନା କମ୍‌ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏହି ପ୍ରସଙ୍ଗକୁ ସରକାର ସମ୍ପୂର୍ଣ୍ଣ ଭାବେ ଛାଡ଼ି ଦେଇଛନ୍ତି କି ନାହିଁ, ସେ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.