ARTICLE AD BOX
ନୂଆଦିଲ୍ଲୀ: ଏଣିକି ହ୍ୱାଟ୍ସଆପ୍ରେ କେବଳ ମେସେଜ୍ ଓ କଲ୍ ନୁହେଁ, ବିଭିନ୍ନ ଆର୍ଥିକ ଓ ଦୈନନ୍ଦିନ ସେବା ମଧ୍ୟ ମିଳିପାରିବ। ବିଦ୍ୟୁତ୍ ବିଲ୍ ପଇଠ, ଋଣ ସମ୍ପର୍କିତ ସେବା, ବିଦେଶ ଯାତ୍ରା ସମୟରେ ମୋବାଇଲ୍ ସଂଯୋଗ ଭଳି ସୁବିଧାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବାକୁ ହ୍ୱାଟ୍ସଆପ୍ ଯୋଜନା କରୁଛି। ଏଥିପାଇଁ କମ୍ପାନି ଆର୍ଥିକ ସେବା କମ୍ପାନି ଓ ଟେଲିକମ୍ କମ୍ପାନିଗୁଡ଼ିକ ସହ ମିଶି କାମ କରିବ। ହ୍ୱାଟସ୍ଆପ୍ର ସିଇଓ କୁନାଲ ଶାହ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଲୋକମାନେ ଚାଟ୍ରୁ ଆରମ୍ଭ କରୁଥିବା ଅନେକ କାମ ପାଇଁ ଅନ୍ୟ ଆପ୍କୁ ଯିବାକୁ ପଡ଼ୁଛି। ଏହି ଅସୁବିଧା ଦୂର କରିବା ହେଉଛି କମ୍ପାନିର ଲକ୍ଷ୍ୟ। ଅର୍ଥାତ୍ ମେସେଜ୍ ପଠାଇବା ଯେତିକି ସହଜ, ଅନ୍ୟ ସେବା ପାଇବା ମଧ୍ୟ ସେତିକି ସହଜ କରିବାକୁ କମ୍ପାନି ଚାହୁଛି। ଏହି ଯୋଜନାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।
ଏଆଇ ସହାୟତାରେ ଆବଶ୍ୟକୀୟ ତଥ୍ୟ ଖୋଜିବା, ବିଭିନ୍ନ କାମ ଶେଷ କରିବା ଏବଂ ନିଜର ବୁକିଂ ଓ ନିଯୁକ୍ତି ସମ୍ପର୍କରେ ମନେ ପକାଇବା ଭଳି ସୁବିଧା ମିଳିପାରିବ। ମେସେଜିଂ ବ୍ୟବସ୍ଥାକୁ ମଧ୍ୟ ଅଧିକ ଉନ୍ନତ କରାଯିବ। ଭଏସ୍ ମେସେଜ୍, ଗ୍ରୁପ୍, ଷ୍ଟିକର୍ ଓ ଭିଡିଓ କଲ୍କୁ ଅଧିକ ସହଜ ଓ ଆକର୍ଷଣୀୟ କରିବାକୁ କମ୍ପାନି ଯୋଜନା ରଖିଛି। ପ୍ରତିଦିନ ହ୍ୱାଟସ୍ଆପ୍ରେ ୧୦୦ ବିଲିଅନରୁ ଅଧିକ ମେସେଜ୍ ଓ ୨ ବିଲିଅନ କଲ୍ ହେଉଛି। ସେହିପରି ପ୍ରତିଦିନ ୧୦ ବିଲିଅନରୁ ଅଧିକ ଭଏସ୍ ମେସେଜ୍ ଓ ୪ ବିଲିଅନରୁ ଅଧିକ ଷ୍ଟିକର୍ ପଠାଯାଉଛି। ଏହି ସବୁ ପରିବର୍ତ୍ତନ ମଧ୍ୟରେ ଗ୍ରାହକଙ୍କ ଗୋପନୀୟତାକୁ ଗୁରୁତ୍ୱ ଦିଆଯିବ ବୋଲି କୁନାଲ କହିଛନ୍ତି। ବ୍ୟକ୍ତିଗତ ମେସେଜ୍ ଓ କଲ୍ ପୂର୍ବଭଳି ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ଦ୍ୱାରା ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି।
Education: ସ୍କୁଲକୁ ପିଲା ଆସିଲେ କିନ୍ତୁ ଛାଡିନି ବନ୍ୟାର ଚିହ୍ନ, ଖରାରେ ଶୁଖୁଛି ବହି ଓ ଖାତା

17 hours ago
2


