bike accident ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ୍ୟୁ, ୨ଗୁରୁତର

1 hour ago 2
ARTICLE AD BOX

ଝରିଗାଁ:ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରେ ମୋଟରସାଇକଲ୍‌ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ, ଝରିଗାଁ ବ୍ଲକ୍‌ ଫୁପୁଗାଁ ଗ୍ରାମର ଭାଗୀରଥୀ ମାଝୀ(୨୦),ବିକାଶ ନାୟକ(୧୬) ଏବଂ କିଶୋର ନାୟକ (୧୨) ଏକ ବାଇକ ଯୋଗେ କୌଣସି ଏକ କାମରେ ଉମରକୋଟ ଯାଇଥିଲେ। ସେଠାରେ କାମ ସାରି ନିଜ ଗ୍ରାମକୁ ଫେରୁଥିଲେ।  ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ଝରିଗାଁ ଡ଼ାବୁଗାଁ ରାସ୍ତାର ଧର୍ମ କଣ୍ଟା ନିକଟରେ ଝରିଗାଁ ଗ୍ରାମର ରାସ୍ତା ପାର ହେଉଥିବା ତିରୁପତି ଦୋଳାଇଙ୍କୁ ଧକ୍କା ଦେଇଥିଲେ।  ପରେ ଭାରସାମ୍ୟ ହରାଇ ରାସ୍ତା କଡ଼ିରେ ଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ମୋଟରସାଇକଲ୍‌ ଚାଳକ ଭାଗୀରଥି ମାଝୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ତିରୁପତି ଏବଂ ବିକାଶ ଗୁରୁତର ଆହତ ହୋଇଥିଲେ। 

ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ଗୁରୁତର ଆହତ ମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପଠାଇ ଥିବା ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.