Bhdrak SIR ଭଦ୍ରକ ଜିଲ୍ଲାରେ ଏସ୍‌ଆଇଆର୍‌: ବାଦ ପଡ଼ିଲେ ୬୮ ହଜାର ଭୋଟର

1 hour ago 1
ARTICLE AD BOX

ଭଦ୍ରକ (ହରିହର ନାୟକ):  ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ କାର୍ଯ୍ୟକ୍ରମ ଅନୁସାରେ ଭଦ୍ରକ ଜିଲ୍ଲାର ସମସ୍ତ ପାଞ୍ଚଟି ବିଧାନସଭା କ୍ଷେତ୍ର ପାଇଁ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ୩୮,୩୬୧ ଜଣ (୨.୯୯%) ଭୋଟରଙ୍କ ମ୍ୟାପିଂ ବାକି ଥିବାବେଳେ , ୬୮,୩୩୭ ଜଣ (୫.୩୨%) ଭୋଟର୍‌ ବାଦ ପଡିଛନ୍ତି। ଏହା ସହ ଭୋଟରମାନଙ୍କୁ ନିଜ ନାମ ଓ ବିବରଣୀ ଯାଞ୍ଚ କରି ଆବଶ୍ୟକ ହେଲେ ଦାବି ଓ ଆପତ୍ତି ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

ଜିଲ୍ଲାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଭଦ୍ରକର ପାଞ୍ଚଟି ବିଧାନସଭା କ୍ଷେତ୍ରରେ ମୋଟ ୧୭୦୩ଟି ମତଦାନ କେନ୍ଦ୍ର ରହିଥିବାବେଳେ ୧୨,୮୪,୬୧୮ ଜଣ ମତଦାତା ଅନ୍ତର୍ଭୁକ୍ତ ଅଛନ୍ତି। ସେଥିମଧ୍ୟରୁ ୫,୫୦,୨୦୭ ଜଣ (୪୨.୮୩%) ସ୍ୱୟଂ ଯାଞ୍ଚ ମାଧ୍ୟମରେ ସତ୍ୟାପିତ ହୋଇଥିବାବେଳେ ୬,୨୭,୭୧୩ ଜଣ (୪୮.୮୬%) ପରିବାର ସଦସ୍ୟଙ୍କ ମାଧ୍ୟମରେ ମ୍ୟାପିଂ ହୋଇଛନ୍ତି। 

ପ୍ରକାଶିତ ଖସଡ଼ା ତାଲିକାରେ ନାମ, ଠିକଣା କିମ୍ବା ଅନ୍ୟ କୌଣସି ତଥ୍ୟରେ ତ୍ରୁଟି ଥିଲେ କିମ୍ବା  ସଂଶୋଧନ ଆବଶ୍ୟକ ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପର୍କିତ  ବିଏଲ୍‌ଓ ଏବଂ ଇଆର୍‌ଓ କାର୍ଯ୍ୟାଳୟ କିମ୍ବା ନିର୍ବାଚନ ବିଭାଗର ନିର୍ଦ୍ଧାରିତ ବ୍ୟବସ୍ଥା ମାଧ୍ୟମରେ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଅଭିଯୋଗ ଓ ଦାବିର ସମାଧାନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। 

ଖସଡ଼ା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ଦଲିଲ ସହ ନିର୍ଦ୍ଧାରିତ ଫର୍ମରେ ଆବେଦନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ କୁହାଯାଇଥିଲା ଯେ, ଯୋଗ୍ୟ ଭୋଟରଙ୍କ ନାମ ସାମିଲ ପାଇଁ ଫର୍ମ-୬, ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମ ବାଦ ପାଇଁ ଫର୍ମ-୭ ଏବଂ ଭୋଟର ତାଲିକାରେ ସଂଶୋଧନ କିମ୍ବା ସମାନ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ସ୍ଥାନାନ୍ତରଣ ପାଇଁ ଫର୍ମ-୮ ବ୍ୟବହାର କରାଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ଭୋଟରମାନଙ୍କୁ ଏହି ଫର୍ମଗୁଡ଼ିକର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନ କରିବାକୁ ଅନୁରୋଧ କରାଯାଇଛି।

IAS Officers for SIR ୧୦ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଦାୟିତ୍ବ

ବୁଥ୍‌ ଲେଭେଲ୍‌ ଏଜେଣ୍ଟ (BLA)ମାନଙ୍କୁ ଖସଡ଼ା ଭୋଟର ତାଲିକାର ଯାଞ୍ଚ, ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା, ଡୁପ୍ଲିକେଟ୍‌ ଓ ଅଯୋଗ୍ୟ ନାମ ସମ୍ପର୍କରେ ଅବଗତ କରାଇବା ସହ ବୁଥ୍‌ ଲେଭେଲ୍‌ ଅଫିସର (BLO)ଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି।

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ଖସଡ଼ା ଭୋଟର ତାଲିକାର ସଠିକ୍ ଯାଞ୍ଚ କରି ଛାଡ଼ିଯାଇଥିବା ନାମ, ତ୍ରୁଟିପୂର୍ଣ୍ଣ ବିବରଣୀ, ଡୁପ୍ଲିକେଟ୍‌ କିମ୍ବା ଅଯୋଗ୍ୟ ନାମ ସମ୍ପର୍କରେ ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)/ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ଙ୍କୁ ତୁରନ୍ତ ଅବଗତ କରାଇବାକୁ ଅନୁରୋଧ କରାଯାଇଛି।

SIR: ଏସ୍‌ଆଇଆର୍‌: ଓଡ଼ିଶା ସମେତ ୪ ରାଜ୍ୟରେ ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିଲା ୨୨ ଲକ୍ଷ ଭୋଟରଙ୍କ ନାଁ

ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ସମସ୍ତ ରାଜନୈତିକ ଦଳକୁ ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ସାମିଲ ଓ ଅଯୋଗ୍ୟ ନାମ ବାଦ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ କରିଥିଲେ।

୫ ଜୁଲାଇରୁ ୪ ଅଗଷ୍ଟ ମଧ୍ୟରେ ମିଳୁଥିବା ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ କରାଯାଇ ୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା ନିୟମାନୁଯାୟୀ ଶୁଣାଣି ପରେ ନିଷ୍ପତ୍ତି ନିଆଯିବ। ଏଥିସହ ପ୍ରତିନିଧିମାନଙ୍କୁ ଭୋଟର ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହୋଇ ଭୋଟରମାନଙ୍କୁ ଖସଡ଼ା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରି ଆବଶ୍ୟକ ହେଲେ ଦାବି କିମ୍ବା ଆପତ୍ତି ଦାଖଲ କରିବାକୁ ପ୍ରେରିତ କରିବା ପାଇଁ ଅନୁରୋଧ କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.