Best Exercises: ଫ୍ୟାଟି ଲିଭର୍ ପାଇଁ ବରଦାନ ଏହି ସହଜ ବ୍ୟାୟାମ: ଲିଭର୍ କୁ କିପରି ସୁସ୍ଥ ରଖିବେ, ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

2 hours ago 2
ARTICLE AD BOX

ଲିଭର୍ କେବଳ ଖାଦ୍ୟ ହଜମ କରିବା କିମ୍ବା ରକ୍ତ ପରିଷ୍କାର କରିବା କାମ କରେ ନାହିଁ, ବରଂ ଶରୀରର ବିଭିନ୍ନ ଅଙ୍ଗରୁ ମିଳୁଥିବା ସଙ୍କେତ ଅନୁଯାୟୀ ଏହା ନିଜକୁ କ୍ରମାଗତ ଭାବରେ ପରିବର୍ତ୍ତନ ମଧ୍ୟ କରିଥାଏ। ଆଜିକାଲି ଫ୍ୟାଟି ଲିଭର୍ ସମସ୍ୟା ଅତ୍ୟନ୍ତ ସାଧାରଣ ହୋଇଗଲାଣି, କିନ୍ତୁ ଭଲ କଥା ହେଉଛି ଯେ ସଠିକ୍ ଶାରୀରିକ ପରିଶ୍ରମ ବା ବ୍ୟାୟାମ ଦ୍ୱାରା ଏଥିରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିପାରିବ।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ଛଠ ପୂଜାର ଆୟୋଜନ, ୯୮ କଏଦୀ ରଖିବେ ବ୍ରତ; ମୁସଲିମ ମହିଳା ଓ ଶିଖ ପୁରୁଷ ବି ସାମିଲ

ଡାକ୍ତରଙ୍କ ମତରେ, ଆମେ ପ୍ରତିଦିନ ଶରୀରକୁ କିପରି ବ୍ୟବହାର କରୁଛୁ, ତାହା ଉପରେ ଲିଭର୍ ର ସ୍ୱାସ୍ଥ୍ୟ ବହୁ ପରିମାଣରେ ନିର୍ଭର କରେ। ଯେତେବେଳେ ମାଂସପେଶୀଗୁଡ଼ିକ ସକ୍ରିୟ ରହେ, ସେଗୁଡ଼ିକ ଏପରି କିଛି ତତ୍ତ୍ୱ ଛାଡ଼ିଥାନ୍ତି ଯାହା ଲିଭର୍‌ରେ ଜମିଥିବା ଚର୍ବି ଫ୍ୟାଟ୍‌ ଓ ପ୍ରଦାହ କମ କରିବାରେ ସାହାଯ୍ୟ କରେ।

କେଉଁ ବ୍ୟାୟାମଗୁଡ଼ିକ ସବୁଠାରୁ ଅଧିକ ଫଳପ୍ରଦ?

  • ଚାଲିବା: ଚାଲିବା ହେଉଛି ସବୁଠାରୁ ସହଜ ଏବଂ ପ୍ରଭାବଶାଳୀ ଉପାୟ। ସପ୍ତାହରେ ପ୍ରାୟ ୧୫୦ ମିନିଟ୍ ଦ୍ରୁତ ଗତିରେ ଚାଲିଲେ ଲିଭର୍‌ରେ ଜମିଥିବା ଚର୍ବି ପ୍ରାୟ ଏକ-ତୃତୀୟାଂଶ କମିଯାଇପାରେ। ଏପରିକି ପ୍ରତିଦିନ ମାତ୍ର ୧୦୦୦ ପାଦ ଅଧିକ ଚାଲିଲେ ମଧ୍ୟ ବିପଦ ପ୍ରାୟ ୧୨ ପ୍ରତିଶତ କମିଯାଏ।

  • ହାଇ ଇଣ୍ଟେନସିଟି ଇଣ୍ଟରଭାଲ ଟ୍ରେନିଂ: ଯଦି ଆପଣଙ୍କ ପାଖରେ ସମୟ କମ୍ ଅଛି, ତେବେ ଏଚ୍ଏ‌ଆଇଆଇଟି ଭଲ ବିକଳ୍ପ। ପ୍ରାୟ ୧୨ ସପ୍ତାହ ମଧ୍ୟରେ ଏହା ଲିଭର୍ ଫ୍ୟାଟ୍ କୁ ୩୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ।

  • ଷ୍ଟ୍ରେନ୍ଥ ଟ୍ରେନିଂ: ଓଜନ ଉଠାଇବା କିମ୍ବା ବଡିଭେଟ୍ ବ୍ୟାୟାମ ମାଂସପେଶୀକୁ ମଜବୁତ କରେ, ଯାହା ସିଧାସଳଖ ଲିଭର୍ ସ୍ୱାସ୍ଥ୍ୟକୁ ସୁଧାରିଥାଏ। ଓଜନ କମୁ କି ନ କମୁ, ଏହା ଲିଭର୍ ପାଇଁ ଅତ୍ୟନ୍ତ ଲାଭଦାୟକ।

  • ଯୋଗ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ: ନିୟମିତ ସୂର୍ଯ୍ୟ ନମସ୍କାର ଏବଂ ଯୋଗାଭ୍ୟାସ ଦ୍ୱାରା ଇନସୁଲିନ୍ ସମ୍ବେଦନଶୀଳତା ଭଲ ହୋଇଥାଏ। ଯେଉଁମାନଙ୍କ ପାଇଁ ଦୌଡ଼ିବା କିମ୍ବା ଭାରୀ ଓଜନ ଉଠାଇବା କଷ୍ଟକର, ସେମାନେ ପିଲାଟେସ୍, ତାଇ ଚି ଓ ସାଇକ୍ଲିଂ ଭଳି ମଧ୍ୟମ ଗତିର ବ୍ୟାୟାମ କରିପାରିବେ।

ଲିଭର୍‌କୁ ସୁସ୍ଥ ରଖିବା ପାଇଁ କାର୍ଡିଓ ଏବଂ ଷ୍ଟ୍ରେନ୍ଥ ଟ୍ରେନିଂର ସନ୍ତୁଳନ ସବୁଠାରୁ ଭଲ ଉପାୟ। ତେଣୁ ଆଜିଠୁ ଆପଣଙ୍କ ଦୈନନ୍ଦିନ ରୁଟିନ୍‌ରେ ଶାରୀରିକ ପରିଶ୍ରମକୁ ସାମିଲ କରନ୍ତୁ ଓ ଫ୍ୟାଟି ଲିଭର୍ ସମସ୍ୟାରୁ ଦୂରେଇ ରୁହନ୍ତୁ।

ଆହୁରି ପଢ଼ନ୍ତୁ:ଦୁଇ ମୋଟରସାଇକଲ ମୁହାଁମୁହିଁ ଧକ୍କା, ସର୍କଲ୍‌ ଏଆର୍‌ଆଇ ମୃତ, ତିନି ଆହତ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.