Bear attack: ଭାଲୁ ଆକ୍ରମଣରେ ଚାଷୀ ଗୁରୁତର, ଜଙ୍ଗଲ କ୍ଷୟକୁ ନେଇ ବଢୁଛି ଚିନ୍ତା

3 hours ago 1
ARTICLE AD BOX

ମୈଦଲପୁର: ଚାଷଜମିରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ କାକୁଡ଼ିଆମ୍ବ ଗାଁର ପୁରନ ଧଙ୍ଗଡ଼ା ମାଝୀ ଚାଷଜମିରେ ଆଜି ଅମାବାସ୍ୟା ହୋଇ ଥିବାରୁ ଚାଷଜମିରେ ଅମାବାସ୍ୟା ପୂଜା କରୁଥିବା ସମୟରେ ହଠାତ୍ ଏକ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଥିଲା। ଆକ୍ରମଣରେ ପୁରନ ଗୁରୁତର ହେବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଏକ ଅଟୋ ଯୋଗେ ତାଙ୍କୁ ମେଡିକାଲ ନେଉଥିଲେ। 

ତେବେ ଅଧାବାଟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ପରେ ପୁରନଙ୍କୁ ଅଟୋରୁ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଗୁରୁତର ଥିବା ରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରକରାଯାଇଛି। ଅନ୍ୟପଟେ ଜଙ୍ଗଲ କମୁଛି। ମଣିଷ-ବନ୍ୟଜନ୍ତୁ ସଂଘର୍ଷ ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲ କ୍ଷୟକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଅବାଧ ଗଛକଟା, ବନ୍ୟଜନ୍ତୁଙ୍କ ପ୍ରାକୃତିକ ବାସସ୍ଥାନ ସଙ୍କୁଚିତ ହେଉଥିବା ଅଭିଯୋଗ ରହିଛି। ଫଳରେ ଖାଦ୍ୟ ଓ ଆଶ୍ରୟ ଅନ୍ୱେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ ସହ ଚାଷ ଜମିରେ ପ୍ରବେଶ କରୁଛନ୍ତି। 

Bear Attacks Old man Critical: ଝରଣୀ ନୂଆପଡ଼ା ଗାଁର ଘଟଣା:  ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ବିଶେଷକରି ଭାଲୁ ଆକ୍ରମଣର ଘଟଣା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସମୟେ ସମୟେ ସାମ୍ନାକୁ ଆସୁଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଅନୁସାରେ, ପ୍ରତିବର୍ଷ ଏଭଳି ଅନେକ ମଣିଷ-ଭାଲୁ ସଂଘର୍ଷ ଘଟଣା ଘଟୁଛି, ଯେଉଁଥିରେ କେହି ଗୁରୁତର ଆହତ ହେଉଥିବା ବେଳେ କେତେକ ଘଟଣାରେ ଜୀବନ ମଧ୍ୟ ଯାଉଛି। ତେଣୁ ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ବାସସ୍ଥାନ ସୁରକ୍ଷିତ ରଖିବା, ଜନସାଧାରଣଙ୍କୁ ସଚେତନ କରିବା ଏବଂ ବନ୍ୟଜନ୍ତୁ-ମଣିଷ ସଂଘର୍ଷ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ପ୍ରଭାବୀ ପଦକ୍ଷେପ ନେବା ଆବଶ୍ୟକତା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.