BBOCWWB: ଘର ମରାମତି ପାଇଁ ଶ୍ରମିକଙ୍କୁ ମିଳିବ ୨୦ ହଜାର ଟଙ୍କା; ଜାଣନ୍ତୁ ଆବେଦନ ପ୍ରକ୍ରିୟା

2 hours ago 2
ARTICLE AD BOX

ନୂଆଦିଲ୍ଲୀ: ଆପଣଙ୍କ ଘରର କାନ୍ଥରୁ ପ୍ଲାଷ୍ଟର ଛାଡ଼ିଯାଉଛି କି? ଘର ମରାମତି କରିବାର ଆବଶ୍ୟକତା ରହିଛି, କିନ୍ତୁ ଅର୍ଥ ଅଭାବରୁ ଏହାକୁ ଘୁଞ୍ଚାଇ ଚାଲିଛନ୍ତି କି? ତେବେ ଆପଣଙ୍କୁ ବିହାର ସରକାରଙ୍କ ଏକ ଯୋଜନା ସାହାଯ୍ୟ କରିପାରେ। ଏହି ଯୋଜନାରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଘର ମରାମତି ପାଇଁ ଏକକାଳୀନ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏହି ଟଙ୍କା ଫେରସ୍ତ କରିବାକୁ ମଧ୍ୟ ପଡ଼ିବ ନାହିଁ।

ଶ୍ରମ ସମ୍ବଳ ଓ ପ୍ରବାସୀ ଶ୍ରମିକ କଲ୍ୟାଣ ବିଭାଗ ପକ୍ଷରୁ ଏହି ଯୋଜନା ଚଳାଯାଉଛି। ଶ୍ରମିକ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ଏହାର ଉଦ୍ଦେଶ୍ୟ। ତେବେ ଏହି ଯୋଜନାର ଲାଭ କିପରି ମିଳିବ, କେଉଁ କେଉଁ ଦସ୍ତାବିଜ ଆବଶ୍ୟକ ଏବଂ କିପରି ଆବେଦନ କରିବେ, ଜାଣନ୍ତୁ।

କିଏ ପାଇପାରିବେ ଏହି ଯୋଜନାର ଲାଭ?

ଏହି ଯୋଜନାର ଲାଭ ନେବା ପାଇଁ ଆବେଦନକାରୀଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ହେବ।
- ଆବେଦନକାରୀ ଜଣେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ହୋଇଥିବା ଆବଶ୍ୟକ।
- ଶ୍ରମିକ ଭାବେ ଅତି କମ୍‌ରେ ୩ ବର୍ଷର ସଦସ୍ୟତା ଥିବା ଦରକାର।
- ଆବେଦନକାରୀଙ୍କ ପାଖରେ ଲେବର କାର୍ଡ ରହିଥିବା ଆବଶ୍ୟକ।
- ଘର ମରାମତି କରିବାର ୬ ମାସ ମଧ୍ୟରେ ଆବେଦନକାରୀଙ୍କୁ ଆବେଦନ କରିବାକୁ ହେବ।
- ପୂର୍ବରୁ ‘ଭବନ ନିର୍ମାଣ/ସାଇକେଲ ଓ ଟୁଲ୍‌ ଯୋଜନା’ର ଲାଭ ନେଇଥିଲେ ଏହି ଯୋଜନାରେ ଆବେଦନ କରିପାରିବେ ନାହିଁ।
- ଜଣେ ଶ୍ରମିକ ଏହି ଯୋଜନାର ଲାଭ କେବଳ ଥରେ ହିଁ ପାଇପାରିବେ।

ଆବେଦନ ପାଇଁ କେଉଁ ଦସ୍ତାବିଜ ଆବଶ୍ୟକ?

ଯୋଜନାରେ ଆବେଦନ କରିବା ସମୟରେ ନିମ୍ନଲିଖିତ କାଗଜପତ୍ର ଦାଖଲ କରିବାକୁ ହେବ।

୧. ଜମିର ମାଲିକାନା ପ୍ରମାଣପତ୍ର।

୨. ଜମିର ସାମ୍ପ୍ରତିକ ରସିଦ।

୩. ମରାମତି ହୋଇଥିବା ଘର ସହ ଆବେଦନକାରୀଙ୍କ ଫଟୋ।

୪. ଲେବର କାର୍ଡ।

୫. ଆଧାର କାର୍ଡ।

ପୋର୍ଟାଲରେ କିପରି କରିବେ ପଞ୍ଜୀକରଣ?

ଅନଲାଇନ୍‌ରେ ଆବେଦନ କରିବା ପୂର୍ବରୁ ପ୍ରଥମେ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ।
- ପ୍ରଥମେ ବିହାର ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପୋର୍ଟାଲକୁ ଯାଆନ୍ତୁ।
- ସେଠାରେ ‘Register’ ବିକଳ୍ପରେ କ୍ଲିକ୍ କରି ‘Worker’ ଚୟନ କରନ୍ତୁ।
- ଏହାପରେ ଆଧାର ନମ୍ବର ମାଧ୍ୟମରେ ବାୟୋମେଟ୍ରିକ୍ ଯାଞ୍ଚ କରନ୍ତୁ।
- ଆବଶ୍ୟକୀୟ ତଥ୍ୟ ପୂରଣ କରି ପଞ୍ଜୀକରଣ ସମ୍ପୂର୍ଣ୍ଣ କରନ୍ତୁ।

ପଞ୍ଜୀକରଣ ସରିବା ପରେ ଆପଣଙ୍କୁ ଏକ ଲଗ୍‌ଇନ୍‌ ଆଇଡି ଓ ପାସୱାର୍ଡ ମିଳିବ। ଏହାକୁ ବ୍ୟବହାର କରି ପୋର୍ଟାଲରେ ଲଗ୍‌ଇନ୍‌ କରନ୍ତୁ। ଏହାପରେ ଘର ମରାମତି ଯୋଜନା ଚୟନ କରି ଆବେଦନ ଫର୍ମରେ ମଗାଯାଇଥିବା ସମସ୍ତ ତଥ୍ୟ ସଠିକ୍‌ ଭାବେ ପୂରଣ କରନ୍ତୁ। ଆବଶ୍ୟକୀୟ ଦସ୍ତାବିଜ ଅପଲୋଡ୍‌ କରି ଫର୍ମ ସବମିଟ୍‌ କରନ୍ତୁ। ଆବେଦନ ମଞ୍ଜୁର ହେବା ପରେ ସହାୟତା ରାଶି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ। ଏହି ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ଶ୍ରମ ସାଥୀ ହେଲ୍ପଲାଇନ୍‌ ନମ୍ବର ୧୫୫୨୧୪ରେ ଯୋଗାଯୋଗ କରିପାରିବେ।

ଏନ୍‌ଟିଏର ବଡ଼ ପଦକ୍ଷେପ: ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ଅବସରପ୍ରାପ୍ତ ସେନା ଓ ଅର୍ଦ୍ଧସାମରିକ ବାହିନୀ ଅଧିକାରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.