ARTICLE AD BOX
ଚେନ୍ନାଇ: ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ୍ (ବିବିଏଲ୍) ପ୍ରଥମ ଥର ଲାଗି ବିଦେଶରେ ହେବ। ଚଳିତ ବର୍ଷ ଡିସେମ୍ବରରେ ଏହାର ୨୦୨୬-୨୭ ସଂସ୍କରଣର ଏକ ମ୍ୟାଚ୍ ଭାରତର ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୨ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ମେଲ୍ବର୍ଣ୍ଣ ରେନେଗାଡେସ୍ ଓ ପର୍ଥ ସ୍କର୍ଚର୍ସ ମୁହାଁମୁହିଁ ହେବେ।
Women's Tennis: ପ୍ରଥମ ଥର ୱିମ୍ବଲଡନ୍ ଫାଇନାଲ୍ରେ ୨ ଚେକ୍ ଖେଳାଳି
ମ୍ୟାଚ୍ଟି ଚେନ୍ନାଇରେ କରାଯିବ
ଶୁକ୍ରବାର ମେଲ୍ବର୍ଣ୍ଣ କ୍ରିକେଟ୍ ପଡ଼ିଆର ଆୟୋଜିତ ସ୍ବତନ୍ତ୍ର ଇଭେଣ୍ଟ୍ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ଉପସ୍ଥିତିରେ ଏହା ନିଶ୍ଚିତ ହୋଇଛି। ବିବିଏଲ୍ର ଏହି ମ୍ୟାଚ୍ ୩୮,୦୦ କ୍ଷମତାପ୍ରାପ୍ତ ଚିପକ୍ର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆୟୋଜିତ ହେବ। କ୍ରିକେଟ୍ କ୍ୟାଲେଣ୍ଡରକୁ ନଜରରେ ରଖି ସତର୍କତା ସହ ମ୍ୟାଚ୍ଟି ଚେନ୍ନାଇରେ କରାଇବାକୁ ସ୍ଥିର କରାଯାଇଛି। ସେହିଦିନ ପର୍ଥରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଟେଷ୍ଟ ରହିଛି। ତେଣୁ ଏହି ମ୍ୟାଚ୍ ସରିବା ପରେ ଅଷ୍ଟ୍ରେଲୀୟ ସମୟ ଅନୁଯାୟୀ ସଂଧ୍ୟାରେ ଏବଂ ଭାରତୀୟ ସମୟରେ ଅପରାହ୍ଣରେ ଏହି ମ୍ୟାଚ୍ ଖେଳାଯିବ।

1 hour ago
1


