Barsha Priyadarshini: ବର୍ଷା ପ୍ରିୟଦର୍ଶିନୀ: କେବେ ନିମ୍‌କି ତ ପୁଣି କେବେ ବସ୍, ଆଉ ଏବେ ଅପସରା

1 week ago 4
ARTICLE AD BOX

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟିକାବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ। ୨୦୦୩ରେ ମୁକ୍ତିଲାଭ କରିଥିବା ‘ଏ ଯୁଗର କୃଷ୍ଣ ସୁଦାମା‘ରୁ ଓଲିଉଡରେ ସେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ନିୟମିତଭାବେ ବଡ଼ ପରଦାରେ ଦେଖିବାକୁ ମିଳୁଛି।

ପୁଣି ଏକ ମହିଳା ପ୍ରଧାନ ଓଡ଼ିଆ ଛବି

୨୦୨୬ରେ ବଡ଼ ପରଦାରେ ପୁଣି ନଜର ଆସିବେ ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ। ନିଜ ଅଭିନୀତ ବସ୍, ୱାଇଫ୍‌, ନିମ୍‌କି, କୁଇନ୍ ଓ ପ୍ରେମ ସବୁଠୁ ବଳବାନ୍ ଭଳି ପୁଣି ଏକ ମହିଳା ପ୍ରଧାନ ଓଡ଼ିଆ ଛବିର ଶୀର୍ଷକ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଏହାର ଟାଇଟଲ୍ ହେଲା ‘ଅପସରା’। ଆଗ ଧାଡ଼ିର କୋରିଓଗ୍ରାଫର୍ ତଥା ନିର୍ଦ୍ଦେଶକ ବବି ଇସଲାମ୍ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି।  ଡକ୍ଟର ରଜନୀ ରଂଜନ ଏହି ଓଡ଼ିଆ ଛବିର ସଂଳାପକାର ଓ ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ। 
ଆଉ ଏହି ସିନେମାରେ ତାଙ୍କର ନାୟକ ହେଲେ ଜୟଜିତ। ‘କୁଇନ୍’ରେ ବର୍ଷା ପ୍ରଥମ ଥର ଲାଗି ଜୟଜିତଙ୍କ ବିପକ୍ଷରେ ନାୟିକା ବନିଥିଲେ। ମୃତ୍ୟୁଞ୍ଜୟ ସାହୁ(ବାପି) ଏହାର ନିର୍ଦ୍ଦେଶନା ଦେଇଥିଲେ। ଠିକ୍ ସେହିପରି ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ୱାଇଫ୍’ରେ ବି ବର୍ଷାଙ୍କର ନାୟକ ବନିଥିଲେ ଜୟଜିତ୍। ଏବେ ତୃତୀୟ ଥର ପାଇଁ ଏହି ଯୋଡ଼ିକୁ ଦର୍ଶକ ଦେଖିବେ ବିଦିଶା କ୍ରାଫ୍ଟ ବ୍ୟାନରରେ ପ୍ରଯୋଜକ ବିଜୟ କାନ୍ଦୋଇଙ୍କ ଏହି ସିନେମାରେ।
‘ଅପସରା’ରେ ବର୍ଷା ପ୍ରିୟଦର୍ଶିନୀ ଓ ଜୟଜିତଙ୍କ ବ୍ୟତୀତ ଚନ୍ଦନ କର, ତ୍ରିପୁରା ମିଶ୍ର, ବାବୁ ପ୍ରଧାନ, ଐଶ୍ବର୍ଯ୍ୟା, ହରି ଓ ଡେଜି ପ୍ରମୁଖ ବି ଅଭିନୟ କରିଛନ୍ତି। ଏହାର ସମସ୍ତ କାମ ଶେ‌ଷ ହୋଇଛି। ଏହି ସିନେମାକୁ ନେଇ ବର୍ଷାଙ୍କ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। 

Elephants: ମହାବୀର ପାହାଡ଼ ପାଦଦେଶରେ ୨୫ ଟିକିଆ ହାତୀପଲ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.