Baripada Rath Yatra ବାରିପଦାରେ ଘୋଷଯାତ୍ରା, ବଡ଼ଦାଣ୍ଡ ଲୋକାରଣ୍ୟ

1 hour ago 1
ARTICLE AD BOX

ବାରିପଦା(ବଟକୃଷ୍ଣ ବିହାରୀ): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଆଜି (ଶୁକ୍ରବାର) ମହାପ୍ରଭୂଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୨ଟା ୩୦ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ର ରଥକୁ ଭକ୍ତମାନେ ଟାଣିଟାଣି ମାଉସୀ ମା’ ମନ୍ଦିର ପାଖରେ ପହଞ୍ଚାଇଥିଲେ।

Baripada rathayatra1

ପରେ ଅପରାହ୍‌ଣ ୫ଟାରେ ଭଉଣୀ ସୁଭଦ୍ରା ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ। ପରମ୍ପରା ଅନୁଯାୟୀ ଭଉଣୀ ସୁଭଦ୍ରାଙ୍କ ରଥ ଅଧାବାଟ ଅର୍ଥାତ୍ ଟାଉନ ଥାନା ସମ୍ମୁଖରେ ଅଟକି ଥିଲା। ଆସନ୍ତାକାଲି ମହାପ୍ରଭୂ ଜଗନ୍ନାଥଙ୍କ ରଥ ଗଡ଼ିବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। 

ବାରିପଦା ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼।

ଆଜି ଘୋଷଯାତ୍ରାରେ ବାରିପଦା ଜଗନ୍ନାଥ ମନ୍ଦିରଠାରୁ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇପଡ଼ିଥିଲା। ବର୍ଷା ସତ୍ତ୍ୱେ ରଥ ଯାତ୍ରାରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ହରିବୋଲି ଓ ହୁଳହୁଳିରେ ବଡ଼ଦାଣ୍ଡ କମ୍ପି ଉଠିଥିଲା। ରଥ ଟଣା ସମୟରେ ବିଭିନ୍ନ ସଂକୀର୍ତ୍ତନ ଦଳ ଓ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ପରିବେଷଣ ଭକ୍ତମାନଙ୍କ ମନ ମୋହିଥିଲା।

Baripada rathayatra

ଜିଲ୍ଲାପାଳ ହେମକାନ୍ତ ସୟ, ଏସପି ବରୁଣ ଗୁଣ୍ଡୁପଳୀ, ଅତିରିକ୍ତ ଜିଲ୍ଲାପାଳ ଇଶ୍ବର ଚନ୍ଦ୍ର ନାୟକ,  ଦୁଃଖବନ୍ଧୁ ନାୟକ, ନେତ୍ରାନନ୍ଦ ମଲ୍ଲିକ, ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଉପନଗରପାଳ ସୀମା ଦାସ, ବାରିପଦା ଏସଡିପିଓ ପ୍ରଭାତ ମଲ୍ଲିକ, ଟାଉନ ଥାନାଧିକାରୀ କରୁଣାକର ରାଉତଙ୍କ ଜିଲ୍ଲାର ବଛାପଛା ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ। 

ସୁପ୍ରିମ୍‌ କୋର୍ଟରେ ବାରିପଦା ରଥଯାତ୍ରା ମାମଲା: ୯ରେ ଶୁଣାଣି

ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦା ବିଧାୟକ ପ୍ରକାଶ ସୋରେନ, ଓଡିଶାର ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଡ.ଦେବାଶିଷ ମାରାଣ୍ଡି, କୃଷି ଓ ଶିଳ୍ପ ନିଗମ ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବ୍ରଣ୍ୟମ ମହାନ୍ତି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଯୁବସମାଜସେବୀ ନନ୍ଦୀକେଶ୍ ସେଜପଡ଼ା, କାଶୀନାଥ ରଣା, ଦେବାଶିଷ ଦାସ, ପ୍ରଭାତ କୁମାର ନାୟକ, ଦୀପକ ମଢୁଆଳଙ୍କ ସମେତ ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତ ଘୋଷଯାତ୍ରାରେ ସାମିଲ ହୋଇଥିଲେ। ସବୁଠି ଗୋଟିଏ ଦିନରେ ଘୋଷଯାତ୍ରା ହେଉଥିବା ବେଳେ ବାରିପଦାରେ ୨ ଦିନ ଧରି ଅନୁଷ୍ଠିତ ହୋଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.