ARTICLE AD BOX
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ବିବାଦର ସମାଧାନ ହୋଇଛି। ଏହି ମାମଲା ବନ୍ଦ କରିବାକୁ ବମ୍ବେ ହାଇକୋର୍ଟ କହିଛନ୍ତି। କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଠାରୁ ତଦନ୍ତର ବର୍ତ୍ତମାନର ସ୍ଥିତି ଓ ଜବତ କରାଯାଇଥିବା ସମ୍ପତ୍ତିର ବିବରଣୀ ସମ୍ପର୍କରେ ଏକ ରିପୋର୍ଟ ମଧ୍ୟ ମାଗିଛନ୍ତି। ମାଲ୍ୟାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ମିଲିନ୍ଦ ଜାଧବଙ୍କ ଏକକ ବିଚାରପତିଖଣ୍ଡପୀଠ କହିଛନ୍ତି ଯେ ଯଦି ଉଭୟ ପକ୍ଷ ଏହି ବିବାଦର ସମାଧାନ ନ କରନ୍ତି ଏବଂ ଆଗକୁ ନ ବଢ଼ନ୍ତି, ତେବେ ଏହାର ସିଧାସଳଖ ଓ ନକାରାତ୍ମକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ।
ଆହୁରି ପଢ଼ନ୍ତୁ- Odisha’s V. Ramesh Rao Wins Gold: ରାଜ୍ୟଗୋଷ୍ଠୀ ପାରା ଅସିଚାଳନା: ଓଡ଼ିଶା ପୁରୁଷ ଖେଳାଳି ଜିତିଲେ ୫ ପଦକ
ନକାରାତ୍ମକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ: କୋର୍ଟ
ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହି ମାମଲା ଏବେ ଏକ ଯୁକ୍ତିଯୁକ୍ତ ନିଷ୍କର୍ଷରେ ପହଞ୍ଚିବା ଉଚିତ। ୭୦ ବର୍ଷୀୟ ବିଜୟ ମାଲ୍ୟା ତାଙ୍କ ସମ୍ପତ୍ତିକୁ ବ୍ୟାଙ୍କଗୁଡ଼ିକୁ ହସ୍ତାନ୍ତର କରିବା ନିର୍ଦ୍ଦେଶକୁ ଅନ୍ୟାୟ ବୋଲି କହି ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲେ। ଏହା ଉପରେ କୋର୍ଟ ମତ ଦେଇଥିଲେ ଯେ ବାଣିଜ୍ୟିକ ବିବାଦର ସମାଧାନ ପ୍ରାୟତଃ ବିବାଦ ମଧ୍ୟରେ ହିଁ ଥାଏ। ଫସି ରହିବା ପରିବର୍ତ୍ତେ ପକ୍ଷଗୁଡ଼ିକୁ ବ୍ୟବହାରିକ ସମାଧାନ ଅନୁସରଣ କରିବା ଉଚିତ।
ଆହୁରି ପଢ଼ନ୍ତୁ- Allahabad High Court: ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ରାହୁଲ ଗାନ୍ଧୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ
୨୦୨୦ରେ ମାଲ୍ୟା ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ବ୍ୟାଙ୍କଗୁଡ଼ିକର ଏକ ସଂଘକୁ ଇଡି ଦ୍ୱାରା ଜବତ କରାଯାଇଥିବା ତାଙ୍କର ସମ୍ପତ୍ତି ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। ମାଲ୍ୟାଙ୍କ ବିରୁଦ୍ଧରେ ବର୍ତ୍ତମାନ ବନ୍ଦ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ ପାଇଁ ବିଭିନ୍ନ ବ୍ୟାଙ୍କରୁ ନିଆଯାଇଥିବା ୯୦୦୦ କୋଟି ଟଙ୍କାର ଋଣ ପରିଶୋଧ ନକରିବାର ଅଭିଯୋଗ ରହିଛି।
ଅଧିକ ଦେଖନ୍ତୁ-

7 hours ago
2


