Baleswar: ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର

2 days ago 6
ARTICLE AD BOX

ନୀଳଗିରି: ବାଲେଶ୍ୱରଜିଲ୍ଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦରପୁର ପଂଚାୟତ ଅନ୍ତର୍ଗତ ଜୁରିଆପାଟଣା ଗ୍ରାମରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇପଡିଛନ୍ତି | ସେମାନଙ୍କୁ ଚିକିତ୍ସା ପାଇଁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ଅରୁଣ ଦଳେଇଙ୍କର ପତ୍ନୀ ସୁକାନ୍ତି ଦଳେଇ ( ୪୬) ଆଜି ଭୋର ୫ଟା ସମୟରେ ପାଖ ଦ୍ୱାରିକା ସାଧୁବାବୁ ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ ପଛପଟୁ ଭାଲୁ ଆକ୍ରମଣ କରିଥିଲା।

ଆହୁରି ପଢନ୍ତୁ :US Army: ଇରାକରେ ୨୩ ବର୍ଷର ଆମେରିକୀୟ ସାମରିକ ଉପସ୍ଥିତିର ଅନ୍ତ, ୩୦ ସେପ୍ଟେମ୍ବର ସୁଦ୍ଧା ସେନା ପ୍ରତ୍ୟାହାର

ସେହିପରି ଉକ୍ତ ପଂଚାୟତର ଦ୍ୱାରିକା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବାରିକଙ୍କ ପୁଅ ଦିଲ୍ଲୀପ ବାରିକ ( ୩୫ ) ଚାଷ ଜମିକୁ ଯାଇଥିଲେ | ମହାବଳପଦା ନିକଟସ୍ଥ ପୋଖରୀ ପାଖରେ ତିନୋଟି ଭାଲୁ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ୨ ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଫକୀର ମୋହନ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.