Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ

4 hours ago 2
ARTICLE AD BOX

ପୁରୀ (ସତ୍ୟ ନାରାୟଣ ରାଉତରାୟ): ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଥିଲେ। ଶ୍ରୀଗୁଣ୍ଡିଚାରେ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ଲୀଳାଖେଳା ସାରି ଦଶମୀ ତିଥିରେ ଦାରୁବ୍ରହ୍ମ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଜନ୍ମବେଦିରୁ ଧାଡ଼ି ପଣ୍ଡିରେ ଆସି ଶରଧାବାଲିରେ ଥିବା ରଥ ଉପରେ ବିରାଜମାନ କରିବେ। 

ବଡ଼ଦାଣ୍ଡରେ ଘର୍ଘର ନାଦକରି ପୁଣି ଥରେ ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ଗଡ଼ିବ। ଶରଧାବାଲିରୁ ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ତିନିରଥ ବାହାରିବ। ଘଣ୍ଟ, ଶଙ୍ଖ ଏବଂ ହରିବୋଲର ଧ୍ବନି ଶୁଭିବ। ବ୍ରହ୍ମାଣ୍ଡ ଠାକୁର ନିଜର ଭକ୍ତଙ୍କ ସହିତ ଭାବ ବିନିମୟ କରିବେ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ପରଂବ୍ରହ୍ମ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କ ଫେରିବା ବାଟକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ।  

ବାହୁଡ଼ାଯାତ୍ରା ନୀତି (୨୦୨୬ ଜୁଲାଇ ୨୪ ଶୁକ୍ରବାର)

  • ଭୋର ୪ଟା: ମଙ୍ଗଳଆଳତି
  • ସକାଳ ୪ଟା ୧୫: ମଇଲମ
  • ୪ଟା ୩୦: ତଡ଼ପଲାଗି
  • ୪ଟା ୩୦: ରୋଷ‌ହୋମ
  • ୫ଟା ୦୦: ଅବକାଶ
  • ୫ଟା ୧୪: ସୂର୍ଯ୍ୟପୂଜା
  • ୫ଟା ୩୦: ଦ୍ବାରପାଳ ପୂଜା
  • ୫ଟା: ବେଶଶେଷ
  • ୫ଟା ୪୫ରୁ୬ଟା ୪୫: ଗୋପାଳବଲ୍ଲବ ଓ ସକାଳ ଧୂପ
  • ୭ଟାରୁ ୧୧ଟା ୩୦: ସେନାପଟା ଲାଗି
  • ୧୧ଟା ୪୫: ମଙ୍ଗଳାର୍ପଣ
  • ବାହୁଡ଼ା ପହଣ୍ଡି: ଦିନ ୧୨ଟାରୁ ୨ଟା ୩୦
  • ବେଶ ଶେଷ: ୧ଟାରୁ ୨ଟା ୩୦
  • ଶ୍ରୀଶ୍ରୀ ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା: ୨ଟା ୩୦ରୁ ୩ଟା ୩୦
  • ଚାରମାଳ ଫିଟା ଓ ଘୋଡ଼ା ଲାଗିବା: ୩ଟାରୁ ୪ଟା
  • ରଥଟଣା ଆରମ୍ଭ: ଅପରାହ୍‌ଣ ୪ଟା

ଶ୍ରୀ ନନ୍ଦିଘୋଷ ରଥ ଶ୍ରୀନଅର‌ ନିକଟରେ ପହଞ୍ଚିବା ପରେ ଶ୍ରୀ ଗଜପତି ମହାରାଜାଙ୍କ ଦ୍ବାରା ଶ୍ରୀ ଲକ୍ଷ୍ମୀନାରାୟଣ ଭେଟ ନୀତି ସଂପାଦନ। (ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.