ARTICLE AD BOX
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କର ଆଗାମୀ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’କୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। କାରଣ ଏକ ବର୍ଷରୁ ଅଧିକ ସମୟ ହେଲାଣି ତାଙ୍କର କୌଣସି ଓଡ଼ିଆ ଛବି ପରଦାକୁ ଆସିନାହିଁ। ଖୁବ୍ ଶୀଘ୍ର ଏହାର ପ୍ରଥମ ଗୀତ ‘ଧୀରେ ଧୀରେ ହୃଦୟରେ..’ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହା ଓଡ଼ିଆ ଛଡ଼ା ତେଲୁଗୁ ଭାଷାରେ ବି ରିଲିଜ୍ ହେବ। ଖାଲି ସେତିକି ନୁହେଁ ଏହାର ଏଡିଟିଂ ଓ ଡବିଂ ବି ସରିଛି। ଅନ୍ୟାନ୍ୟ ପୋଷ୍ଟ ପ୍ରଡକସନ୍ କାମ ଜୋରସୋରରେ ଚାଲିଛି। ଏହାର ମ୍ୟୁଜିକ୍ ରାଇଟ୍ସ ବି ବିକ୍ରି ହୋଇସାରିଛି। ଏହାର ପ୍ରଯୋଜନା କରିଛନ୍ତି ଅମିତ ନିଷାଦ ଓ ଜ୍ଞାନରଂଜନ ସାହୁ। ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦେଶନା ଦାୟିତ୍ବରେ ଅଛନ୍ତି ନବାଗତ ଶିବ ସତ୍ୟମ୍। ଜି ଜେ କାର୍ତ୍ତିକେୟନ୍ ଏହାର ସଙ୍ଗୀତକାର।
ସାଉଥର ଲୋକପ୍ରିୟ ନାୟିକା ବେଦହିକା
‘ଅନ୍ତର୍ଯ୍ୟାମୀ’ରେ ବାବୁସାନଙ୍କ ବିପକ୍ଷରେ ଦର୍ଶକ ସାଉଥର ଜଣେ ଲୋକପ୍ରିୟ ନାୟିକା ବେଦହିକାଙ୍କ ବିପକ୍ଷରେ ଦେଖିବାକୁ ପାଇବେ। ବେଦହିକା ୨୦୦୬ରେ ମୁକ୍ତିଲାଭ କରିଥିବା ତାମିଲ ଛବି ‘ ମାଦ୍ରାସୀ’ରୁ ନାୟିକା ଭାବେ କ୍ୟାରି୍ଅର୍ ଆରମ୍ଭ କରିଥିଲେ। ଏହାପରେ ସେ ବେଶ କେତୋଟି ତେଲୁଗୁ, ତାମିଲ ଓ କନ୍ନଡ ସିନେମାରେ ଅଭିନୟ କରି ଦକ୍ଷିଣ ଭାରତର ଜଣେ ଜଣାଶୁଣା ନାୟିକା ବନିଛନ୍ତି। ଏତଦ ବ୍ୟତୀତ ‘ଅନ୍ତର୍ଯ୍ୟାମୀ’ରେ ଶ୍ରୀତମ ଦାସ ଓ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର ଇନ୍ଦ୍ରଜା, କସ୍ତୁରୀ ଶଙ୍କରଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ବାବୁସାନଙ୍କୁ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହା ଏକ ଆକସନ୍ ପ୍ୟାକଡ ମୁଭି ହୋଇଥିବା ହେତୁ ଏଥିରେ ଦମନ, ପାବାର ଓ ବୋଉ ବୁଟୁ ଭୂତ ପରେ ପୁଣି ଭିନ୍ନ ଅବତାରରେ ଦେଖିବାକୁ ପାଇବେ।
Death: ଭତ୍ତା ପାଇଁ ଆସିଥିଲେ, ନିରାଶ ହୋଇ ଫେରୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ବୃଦ୍ଧାଙ୍କ ଜୀବନ

1 week ago
5


