ARTICLE AD BOX
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଚୋରି ଘଟଣା ସାରା ଦେଶକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିବାବେଳେ ଦେଶରେ ମନ୍ଦିର ଚୋରି ଘଟଣାର ଏହା ପ୍ରଥମ ଉଦାହରଣ ନୁହେଁ। କିନ୍ତୁ ଚୋରି ଯେ, କେବଳ ସୁନା, ରୁପା, ନଗଦ ଅର୍ଥରାଶି କିମ୍ବା ମୂଲ୍ୟବାନ ସାମଗ୍ରୀକୁ ନେଇ ହୋଇନଥାଏ। ବରଂ ଏପରି ଘଟଣା ମନ୍ଦିର ପରିଚାଳନା କରୁଥିବା ଲୋକଙ୍କ ଉପରୁ ବିଶ୍ବାସ ଉଠାଇ ଦେଇଥାଏ।
ଆହୁରି ପଢନ୍ତୁ :Canada:ନିଜ୍ଜର ହତ୍ୟା ମାମଲାରେ ଭାରତର କୌଣସି ଭୂମିକା ନାହିଁ
ରାମ ଜନ୍ମଭୂମି ଆନ୍ଦୋଳନର ନେତୃତ୍ୱ ନେଇଥିବା ବିଭିନ୍ନ ସଂଗଠନ ମଧ୍ୟରୁ ଗୋଟିଏ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ କିଏ ପରିଚାଳନା କରିବ ସେ ବିଷୟରେ ନିଜର ମତ ସ୍ପଷ୍ଟ କରିଛି। ଭିଏଚ୍ପି କହିଛି ଯେ, ଶ୍ରୀ ରାମ ଜନ୍ମଭୂମି ମନ୍ଦିରକୁ ସରକାରୀ ନିୟନ୍ତ୍ରଣକୁ ଆଣିବାର ଯେକୌଣସି ପ୍ରୟାସକୁ ଏହା ବିରୋଧ କରିବ। ଭିଏଚପିର ଏହି ଦାବି ଦେଶର ଅନ୍ୟ ଏକ ପ୍ରସିଦ୍ଧ ମନ୍ଦିରକୁ ନେଇ ସ୍ମୃତି ଉଜାଗର କରିଛି। ଚାରି ଦଶନ୍ଧି ତଳେ କାଶୀ ବିଶ୍ବନାଥ ମନ୍ଦିରରେ ଏକ ଚୋରି ଘଟଣା ଯୋଗୁ ମନ୍ଦିର ପରିଚାଳନା ଦାୟିତ୍ବ ସରକାରଙ୍କୁ ହାତକୁ ଆସି ଯାଇଥିଲା।
ଆହୁରି ପଢନ୍ତୁ :QuaterFinal: କ୍ବାର୍ଟରଫାଇନାଲ୍ ଲଢ଼େଇ ପୂର୍ବରୁ ଇଂଲଣ୍ଡ ଓ ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ
ଜାନୁଆରି ୧୯୮୩ ମସିହାରେ କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହ ଭିତରେ ବଡ଼ଧରଣର ଚୋରି ହୋଇଥିଲା। ମନ୍ଦିରରୁ ୨.୬ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା। ଏହି ଘଟଣା ପରେ ଉତ୍ତର ପ୍ରଦେଶ ସରକାରଙ୍କୁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଆଇନ, ୧୯୮୩ ପ୍ରଣୟନ କରିବାକୁ ପଡ଼ିଥିଲା ଓ ମହନ୍ତମାନଙ୍କୁ (ପୂଜକମାନଙ୍କ) ସରକାରଙ୍କ ଦ୍ୱାରା ଗଠିତ ମନ୍ଦିରଟ୍ରଷ୍ଟକୁ ନିୟନ୍ତ୍ରଣ ହସ୍ତାନ୍ତର କରିବାକୁ ପଡ଼ିଥିଲା।

1 hour ago
1


