ARTICLE AD BOX
ନୂଆଦିଲ୍ଲୀ: ଅଯୋଧ୍ୟାର ରାମମନ୍ଦିରକୁ ଭକ୍ତମାନେ ଦେଇଥିବା ଦାନ ଓ ଅନ୍ୟାନ୍ୟ ଅର୍ଥ ହଡ଼ପ ଅଭିଯୋଗକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ଘଟଣାର ତଦନ୍ତ ପରିସର ବଢ଼ାଇବା ସହ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସର ସମସ୍ତ ଆର୍ଥିକ ହିସାବ ସାର୍ବଜନୀନ କରିବାକୁ କଂଗ୍ରେସ ବୁଧବାର ଦାବି କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଏହି ମାମଲାର ତଦନ୍ତ କେବଳ ଗିରଫ ହୋଇଥିବା ୮ ଜଣ କର୍ମଚାରୀଙ୍କ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ।
ମନ୍ଦିର ନିର୍ମାଣ, ପରିଚାଳନା, ଦାନ ସଂଗ୍ରହ ଓ ଅର୍ଥ ଜମା କରିବା ଦାୟିତ୍ୱରେ ଥିବା ସମସ୍ତଙ୍କ ଭୂମିକାର ତଦନ୍ତ ହେବା ଆବଶ୍ୟକ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ଅନିୟମିତତା ବିଷୟରେ ସୂଚନା ଦିଆଯାଇଥିବା ଅଭିଯୋଗ ସତ୍ତ୍ୱେ, ଚାର୍ଜସିଟରେ ଚମ୍ପତ ରାୟ, ଅନିଲ ମିଶ୍ର ଓ ଗୋପାଳ ରାଓଙ୍କୁ ଅଭିଯୁକ୍ତ ଭାବରେ ନ ରଖି ସାକ୍ଷୀ ଭାବରେ କାହିଁକି ନାମିତ କରାଯାଇଛି ବୋଲି ସେ ଆହୁରି ପ୍ରଶ୍ନ କରିଛନ୍ତି।
କମିସନ ଦାବି ନେଇ ଅଭିଯୋଗ
ରମେଶଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧ରେ ହିଁ ଦାନ ଅର୍ଥରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ଉଠିଥିଲା। ତତ୍କାଳୀନ ହିସାବ ଦାୟିତ୍ୱରେ ଥିବା ମହିପାଳ ସିଂହ ଏ ସମ୍ପର୍କରେ ନ୍ୟାସର ପଦାଧିକାରୀଙ୍କୁ ଜଣାଇଥିଲେ। ହେଲେ ଅଭିଯୋଗର ତଦନ୍ତ ବଦଳରେ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଥିବା ସେ କହିଛନ୍ତି। ଏହା ସହ ମନ୍ଦିର କାର୍ଯ୍ୟାଳୟ ନିର୍ମାଣରେ ୪୦ ପ୍ରତିଶତ କମିସନ ଦାବି ହୋଇଥିବା ଅଭିଯୋଗ ମଧ୍ୟ ଉଠାଇଛନ୍ତି ସେ।
Akhilesh Yadav: ବିମୁଦ୍ରୀକରଣ ବିଶ୍ୱର ସବୁଠାରୁ ବଡ଼ ଦୁର୍ନୀତି ପ୍ରମାଣିତ: ବିଜେପିକୁ ଅଖିଳେଶଙ୍କ ଟାର୍ଗେଟ
ଗଣମାଧ୍ୟମ ରିପୋର୍ଟକୁ ଉଦ୍ଧୃତ କରି ରମେଶ କହିଛନ୍ତି ଯେ, ଅଭିଯୁକ୍ତ ଅନୁକଲ୍ପ ମିଶ୍ରଙ୍କର ବଜରଙ୍ଗ ଦଳ ଓ ଆର୍ଏସ୍ଏସ୍ ଶାଖା ସହିତ ସମ୍ପର୍କ ଥିଲା ଏବଂ ସେ ୩୦ ଏପ୍ରିଲ ୨୦୨୬ ରେ ତାଙ୍କ ସହିତ ଜଡିତ ଏକ ଭାଗବତ କଥା କାର୍ଯ୍ୟକ୍ରମରେ ରାୟଙ୍କ ଉପସ୍ଥିତିକୁ ଇଙ୍ଗିତ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଦାନ ଗଣନା ଦାୟିତ୍ୱରେ ଥିବା ସୁଭାଷ ଶ୍ରୀବାସ୍ତବ ତାଙ୍କ ବାସଭବନରେ ଆର୍ଏସ୍ଏସ୍ ଶାଖା ଆୟୋଜନ କରିଥିଲେ। କଂଗ୍ରେସର ଦାବି, ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ କିମ୍ବା ପଦପଦବିରେ ଥିବା ଲୋକ, ଦୋଷ ପ୍ରମାଣିତ ହେଲେ କାହାରିକୁ ଛାଡ଼ ଦିଆ ନଯାଉ।

1 hour ago
2


