Award: ଓଡିଏମ୍‌ ଉତ୍କର୍ଷ ଆୱାର୍ଡ ୨୦୨୬

4 hours ago 3
ARTICLE AD BOX

ଭୁବନେଶ୍ବର: ଦଶମ, ଜେଇଇ, ନିଟ୍‌ ଓ ଦ୍ବାଦଶରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍‌ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ‘ଓଡିଏମ୍‌ ଉତ୍କର୍ଷ ଆୱାର୍ଡ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ ଉଦ୍‌ଘାଟନ କରି ନିରନ୍ତର ଚେଷ୍ଟା ଜାରି ରଖିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ହେବ ବୋଲି କହିଥିଲେ। 

ଦଶମରେ ବିଦ୍ୟାଳୟର ଅଂଶୁମାନ ମହାନ୍ତି, ସମୃଦ୍ଧି ମହାରଣା ଓ ଅଦ୍ବୈତା ପଣ୍ଡା ୯୯.୬୦ ପ୍ରତିଶତ ନମ୍ବର ରଖିଥିଲେ। ଯୁକ୍ତ ଦୁଇ ବାଣିଜ୍ୟରେ ଶୁଭମ ନାରାୟଣ ସାହୁ, ବିଜ୍ଞାନରେ ଆୟୁଷ ପଟ୍ଟନାୟକ, ଜେଇଇରେ ଅର୍ମାନ କମଲ ପାତ୍ର ଓ ଶାଶ୍ବତ ଦାସ, ନିଟ୍‌ରେ ଆଞ୍ଜେଲିନା ମହାନ୍ତି ଓ ସୁମେଧ ରାଉତ ୯୯ ପ୍ରତିଶତ ନମ୍ବର ରଖିଥିଲେ। କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ଜେଇଇ ମେନ୍-୨ରେ ୯୯ ପ‌ର୍ସେଣ୍ଟାଇଲ୍ ଉପରେ ଓଡିଏମ୍‌ର ୨୨ ଜଣ

ଏହି ଅବସରରେ ବିଦ୍ୟାଳୟର ଆଞ୍ଚଳିକ ଅଧ୍ୟକ୍ଷା ଡକ୍ଟର ସନ୍ଧ୍ୟାରାଣୀ ସ୍ବାଇଁ, ବରିଷ୍ଠ ଅଧ୍ୟକ୍ଷ ଡ. ରାଜେଶ କୁମାର ପାଢ଼ୀ, ପରିଚାଳନା କମିଟି ସଭାପତି ପ୍ରଫେସର ଡ. ପି କେ ଦାସ, ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ ଓ ଶିକ୍ଷା ନିର୍ଦ୍ଦେଶକ ଡ. ଆର୍ତ୍ତତ୍ରାଣ ମିଶ୍ର ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.