Automobile: ଅଟୋମୋବାଇଲ୍‌: କାର୍‌ ତଳୁ ପାଣି ପଡୁଛି କି?

2 days ago 5
ARTICLE AD BOX

କାର୍‌ ପାର୍କ କରିବା ପରେ ତଳେ ପାଣି ପଡ଼ୁଥିବା ଦେଖିଲେ ଅନେକେ ଚିନ୍ତାରେ ପଡ଼ିଯାଆନ୍ତି। ଏହା ଏକ ଯାନ୍ତ୍ରିକ ସମସ୍ୟା ହୋଇଥିବ ବୋଲି ଭାବିବା ସ୍ୱାଭାବିକ। କିନ୍ତୁ ସବୁବେଳେ କାର୍‌ ତଳୁ ଠୋପା ଠୋପା ହୋଇ ପାଣି ପଡ଼ିବା ବିପଦର ସଙ୍କେତ ହୋଇ ନଥାଏ। ଅନେକ ସମୟରେ କାର୍‌ର ସାଧାରଣ କାର୍ଯ୍ୟପ୍ରଣାଳୀ ଯୋଗୁଁ ଏପରି ହୋଇଥାଏ। ହେଲେ ପାଣି ବଦଳରେ ଅନ୍ୟ କୌଣସି ତରଳ ପଦାର୍ଥ ଲିକ୍ ହେଉଥିଲେ ଅଣଦେଖା କରନ୍ତୁ ନାହିଁ।

Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ

ଏସି ଚାଲିଲେ ପାଣି ପଡ଼ିବା ସାଧାରଣ
ଆପଣ କାର୍‌ର ଏସି ଚଲାଇବା ପରେ ଯଦି କାର୍‌ ତଳେ ସଫା ପାଣି ଜମିଥିବା କିମ୍ବା ପାଣି ପଡ଼ୁଥିବା ଦେଖନ୍ତି, ତେବେ ଭୟ କରିବାର କିଛି ନାହିଁ। ଏସି ଚାଲିବା ସମୟରେ ବାୟୁରେ ଥିବା ଆର୍ଦ୍ରତା ଥଣ୍ଡା ହୋଇ ପାଣିରେ ପରିଣତ ହୁଏ। ଏହି ପାଣି ଡ୍ରେନ୍ ପାଇପ୍ ଦେଇ କାର୍‌ ତଳକୁ ବାହାରିଯାଏ। ସେହିପରି ସକାଳେ କାର୍‌ ଷ୍ଟାର୍ଟ କରିବା ପରେ ସାଇଲେନ୍ସର୍‌ରୁ କିଛି ପାଣି ବାହାରିବା ମଧ୍ୟ ସାଧାରଣ। ଇଞ୍ଜିନ୍‌ରେ ଇନ୍ଧନ ଜଳିବା ସମୟରେ ଜଳୀୟବାଷ୍ପ ତିଆରି ହୁଏ। ଥଣ୍ଡା ପାଗରେ ଏହା ପାଣି ଭାବେ ସାଇଲେନ୍ସର୍‌ରୁ ବାହାରିପାରେ।

କେବେ ଲିକ୍‌ ହେଲେ ବିପଦ?
ଯଦି କାର୍‌ ତଳୁ ବାହାରୁଥିବା ତରଳ ପଦାର୍ଥ ପାଣି ଭଳି ସଫା ନୁହେଁ, ତେବେ ଏହାକୁ ଗୁରୁତ୍ୱ ଦେବା ଦରକାର। ସବୁଜ, ଗୋଲାପୀ କିମ୍ବା ନୀଳ ରଙ୍ଗର ଚିପିଚିପା ତରଳ ପଦାର୍ଥ ଦେଖିଲେ ଏହା କୁଲାଣ୍ଟ୍‌ ହୋଇପାରେ। କୁଲାଣ୍ଟ୍‌ ଲିକ୍ ହେଲେ ଇଞ୍ଜିନ‌୍ ଅଧିକ ଗରମ ହୋଇପାରେ ଏବଂ ଇଞ୍ଜିନ୍‌ରେ ବଡ଼ କ୍ଷତିର ଆଶଙ୍କା ଥାଏ। ଏଭଳି ସ୍ଥିତିରେ କାର୍‌ ଚଳାଇବା ଠିକ୍ ନୁହେଁ। କାର୍‌ର ମଧ୍ୟ ଭାଗରୁ ଲାଲ୍‌ କିମ୍ବା ଗାଢ଼ ତେଲ ଲିକ୍ ହେଉଥିଲେ, ଏହା ଗିଅର୍‌ବକ୍ସ୍‌ର ଅଏଲ୍‌ ହୋଇପାରେ। ଏହା ଲିକ୍ ହେଲେ ଗିଅର୍‌ ବଦଳାଇବାରେ ସମସ୍ୟା ହୋଇପାରେ ଏବଂ ପରେ ଗିଅର୍‌ବକ୍ସ୍‌ରେ ବଡ଼ କ୍ଷତି ହୋଇପାରେ। ସବୁଠାରୁ ଅଧିକ ସତର୍କ ହେବାକୁ ପଡ଼େ, ବ୍ରେକ୍ ଅଏଲ୍‌ ଲିକ୍ ହେଲେ। ଚକ ପାଖରେ କିମ୍ବା ବ୍ରେକ୍ ପେଡାଲ୍‌ ତଳେ ହଳଦିଆ କିମ୍ବା ହାଲୁକା ରଙ୍ଗର ତରଳ ପଦାର୍ଥ ବ୍ରେକ୍ ଅଏଲ୍‌ ହୋଇପାରେ। ଏହା ଲିକ୍ ହେଲେ ବ୍ରେକ୍ ଠିକ୍ ଭାବେ କାମ ନକରିବାର ଆଶଙ୍କା ରହିଥାଏ। ଏଭଳି ସ୍ଥିତିରେ କାର୍‌ ଚଳାଇବା ଉଚିତ ନୁହେଁ।

Congress: ୫ ରାଜ୍ୟ ନିର୍ବାଚନରେ ୨୪୮.୬ ‌ କୋଟି ଖର୍ଚ୍ଚ କରିଛି କଂଗ୍ରେସ

ଲିକ୍ ଦେଖିଲେ କ’ଣ କରିବେ?
କାର୍‌ ତଳେ ତରଳ ପଦାର୍ଥ ଦେଖିଲେ ପ୍ରଥମେ ଏହାର ରଙ୍ଗ, ଗନ୍ଧ ଓ ଘନତା ଦେଖନ୍ତୁ। ଏସି ଚଲାଇବା ପରେ ପାଣି ପଡ଼ୁଥିଲେ ଚିନ୍ତାର କାରଣ ନାହିଁ। କିନ୍ତୁ ବାରମ୍ବାର ଲିକ୍ ହେଉଥିଲେ, ଇଞ୍ଜିନ୍‌ର ତାପମାତ୍ରା ବଢ଼ୁଥିଲେ, ଡ୍ୟାସ୍‌ବୋର୍ଡରେ ସତର୍କ ସଙ୍କେତ ଆସୁଥିଲେ ବା ତରଳ ପଦାର୍ଥଟି ରଙ୍ଗିନ ଓ ଚିପିଚିପା ହୋଇଥିଲେ, କାର୍‌ର ସମସ୍ୟା ରହିଛି। ତେଣୁ ତୁରନ୍ତ ମେକାନିକ୍‌ଙ୍କୁ ଦେଖାନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.