Auto driver: କୁଆଖାଇକୁ ଡେଇଁପଡ଼ିଲେ ଅଟୋଚାଳକ: ୨ ଦିନ ପୂର୍ବେ ସେଇଠି ଡେଇଁଥିଲେ ସ୍କୁଟିଆରୋହୀ

13 hours ago 1
ARTICLE AD BOX

ବାଲିଅନ୍ତା: ସମ୍ପ୍ରତି କୁଆଖାଇ ନଦୀ ଟଙ୍କପାଣି ବ୍ରିଜ୍‌ ସତେ ଯେମିତି ରାଜଧାନୀରେ ଏକ ସୁଇସାଇଡ୍‌ ପଏଣ୍ଟ ପାଲଟିଯାଇଛି। ୨ ଦିନ ପୂର୍ବେ ଅର୍ଥାତ ଶନିବାର ରାତି ପ୍ରାୟ ୧୧ଟାରେ ପୁରୁଣା ଭୁବନେଶ୍ବରର ଭବାନୀ ଶଙ୍କର ଖଟେଇ(୨୩) ଏହି ବ୍ରିଜ୍‌ରୁ କୁଆଖାଇ ଗଣ୍ଡକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେହି ଘଟଣା ମନରୁ ନ ଲିଭୁଣୁ ଆଜି ରାତିରେ ପୁଣି ସମାନ ଅଘଟଣ ଘଟିଛି। ଜଣେ ଅଟୋଚାଳକ ଠିକ୍‌ ସେହି ଜାଗାରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି। ଅଟୋଚାଳକଜଣକ ହେଲେ ପୁରୁଣା ଭୁବନେଶ୍ବର ହରଚଣ୍ଡୀ ବାରିକସାହିର ସଞ୍ଜୟ ସ୍ବାଇଁ। ଉଲ୍ଲେଖନୀୟ କଥା ହେଉଛି ସଞ୍ଜୟ, ଶନିବାର ଆତ୍ମହତ୍ୟା କରିଥିବା ଭବାନୀଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ଦାମ୍ପତ୍ୟ କଳହରୁ ସଞ୍ଜୟ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ନଦୀ‌ରେ ଖୋଜାଖୋଜି ଚଳାଇଥିଲେ ହେଁ ତାଙ୍କ ପତ୍ତା ମିଳିନାହିଁ। 

Cabinet: କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବ ପାରିତ: ବିଜୁଳି ଭିତ୍ତିଭୂମି ପାଇଁ ୧୬ହଜାର କୋଟି

ସୂଚନାନୁସାରେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ଝଗଡ଼ା ଲାଗିଥିଲା। ଆତ୍ମହତ୍ୟା କରିଦେବେ ବୋଲି ସଞ୍ଜୟ ରାଗରେ କହିଥିଲେ। ଭବାନୀ ଯେଉଁଠି କୁଆଖାଇ ଗଣ୍ଡକୁ ଡେଇଁଥିଲା, ସେ ସେଇଠି ନଦୀକୁ ଡେଇଁ ଜୀବନ ହାରିଦେବେ ବୋଲି ପତ୍ନୀଙ୍କୁ କହିଥିଲେ। ପରିବାର ଲୋକେ ଏହାକୁ ଗୁରୁତ୍ବ ଦେଇ ନଥିଲେ। କିଛି ସମୟ ପରେ ସେ ଅଟୋ ନେଇ ଘରୁ ବାହାରି ଯାଇଥିଲେ। ଏହାଦେଖି ପରିବାର ଲୋକେ ଛାନିଆ ହୋଇଯାଇଥିଲେ। କାଳେ ସତକୁ ସତ ସଞ୍ଜୟ ସେମିତି କିଛି କାଣ୍ଡ ଭିଆଇବ ବୋଲି ସନ୍ଦେହ କରି ପରିବାର ଲୋକେ ପାଖ ପଡ଼ୋଶୀମାନଙ୍କୁ କହିଥିଲେ। ତେଣୁ ସାହିର କିଛି ଯୁବକ ସଞ୍ଜୟଙ୍କୁ ଖୋଜିବା ଆରମ୍ଭ କରିଥିଲେ ଏବଂ ସେ ଘରେ ଦେଇଥିବା ଧମକ ଅନୁସାରେ ଟଙ୍କପାଣି ବ୍ରିଜ୍‌ ପାଖକୁ ଆସିଥିଲେ। ସେମାନେ ବ୍ରିଜ୍‌ରେ ପହଞ୍ଚି ଦେଖିଲେ ବାଡ଼ା କଡ଼କୁ ଲାଗି ଅଟୋଟି ଥୁଆ ହୋଇଛି। ଅଟୋ ଭିତରେ ସଞ୍ଜୟଙ୍କ ମୋବାଇଲ, ଚପଲ ଓ ଗାମୁଛା ରହିଛି। କିନ୍ତୁ ସ୍ଥାନୀୟ ଲୋକେ କେହି ବି ଜଣେ ସଞ୍ଜୟ ନଦୀକୁ ଡେଇଁଥିବା ଦେଖି ନାହାନ୍ତି ବୋଲି କହିଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଭରା ନଦୀ ଯୋଗୁ ଅଗ୍ନିଶମ ବାହିନୀ ନଦୀ ଭିତରକୁ ନ ଯାଇ ଟ୍ୟୁବ୍‌ ସାହାଯ୍ୟରେ ନଦୀ କୂଳ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା।

Healthcare: ସ୍ବାସ୍ଥ୍ୟସେବାର ଉଦ୍‌ବେଗଜନକ ଚିତ୍ର: ମାସକରେ ଆଖିବୁଜିଲେ ୬ ଗର୍ଭବତୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.