Auto Driver: କୁଆଖାଇ ବ୍ରିଜରୁ ଅଟୋ ଚାଳକ ନିଖୋଜ ଘଟଣା, ୯ ଘଣ୍ଟା ପରେ ବି ତାଙ୍କର ପତ୍ତା ମିଳୁନି

5 hours ago 1
ARTICLE AD BOX

ବାଲିଅନ୍ତା: ଟଙ୍କପାଣି ବ୍ରିଜ ଉପରେ କୁଆଖାଇ ନଦୀବ୍ରିଜ ଉପରୁ ପୁରୁଣା ଭୁବନେଶ୍ୱର ହରଚଣ୍ଡୀ ସାହିର ଅଟୋ ଚାଳକ ସଞ୍ଜୟ ସ୍ୱାଇଁ ନିଖୋଜ ଘଟଣାକୁ ଏହା ମଧ୍ୟରେ ଦୀର୍ଘ ୯ ଘଣ୍ଟା ସମୟ ବିତିଲାଣି l ହେଲେ ସଞ୍ଜୟଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇ ପାରିନି l ଏପଟେ ବାଲିଅନ୍ତା ଏବଂ ଭୁବନେଶ୍ୱର ଅଗ୍ନିଶମବାହିନୀ ପକ୍ଷରୁ ସଞ୍ଜୟଙ୍କୁ ତନ୍ନତନ୍ନ କରି ଖୋଜାଖୋଜି ଜାରି ରହିଛି l 

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜଣକ ପରେ ଜଣେ ଲୋକ ଠିକ ଏହି ସ୍ଥାନରୁ ନିଖୋଜହେବା ଘଟଣା l ୫ ତାରିଖ ରାତିରେ ଭବାନୀ ଶଙ୍କର ନିଖୋଜ କୁଆଖାଇକୁ ଡେଇଁ ନିଖୋଜ ହୋଇଯାଇଥିଲେ l ପରବର୍ତ୍ତୀ ସମୟରେ ପରଦିନ ନଦୀରୁ ତାଙ୍କର ମୃତଦେହ ମିଳିଥିଲା l ଠିକ ସମାନ ଢଙ୍ଗରେ ଅଟୋ ଚାଳକ ସଞ୍ଜୟ ସମାନ ଢଙ୍ଗରେ ବ୍ରିଜ ଉପରୁ ନିଖୋଜ ହୋଇଯାଇଛନ୍ତି l ଏଭଳି ଅଘଟଣ ସ୍ଥାନୀୟ ଲୋକଙ୍କୁ ଯେତିକି ଦୁଃଖିତ କରୁଛି ତାହାଠାରୁ ବେଶି ପ୍ରଶାସନିକ ଉଦାସୀନତା ତଥା ଅବହେଳା ବ୍ୟଥିତ କରୁଛି l

 ସ୍ଥାନୀୟ ଲୋକଙ୍କ କହିବାନୁସାରେ ବ୍ରିଜ ଉପରେ ୪୦ ରୁ ଅଧିକ ଷ୍ଟ୍ରିଟ ଲାଇଟ ଲାଗିଥିଲା l ଏବେ ଗୋଟିଏ ବି ଜଳୁନି l ଯାହାଫଳରେ ଏଠାରେ ଛିନତାଇ, ଲୁଟ ଏବଂ ଜୁଆଖେଳ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି l ଲାଇଟ ଜଳୁଥିଲା ବୋଲି ବିଳମ୍ବିତ ରାତି ଯାଏ ସ୍ଥାନୀୟ ଲୋକଙ୍କ ଗହଳି ଚହଳି ଲାଗି ରହୁଥିଲା l ଆଉ ଗୋଟିଏ ପଟରେ ସେମାନେ ସ୍ଥାନୀୟ ପୁଲିସକୁ ମଧ୍ୟ ଏନେଇ ଦାୟୀ କରିଛନ୍ତି l ବ୍ରିଜ ଉପରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେମାନେ ସ୍ଥାନୀୟ ପୁଲିସକୁ ମଧ୍ୟ ଏନେଇ ଦାୟୀ କରିଛନ୍ତି l ରାତିବେଳା ଏଠାରେ ପୁଲିସ ମୁତୟନ ନେଇ ଦାବି କରିଛନ୍ତି l

Unidentified Animals : ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାନ ଠାବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.