Auto Accident: ସ୍ୱାଧୀନତା ଦିବସ ପାଳନ ପାଇଁ ଯାଉଥିବା ବେଳେ ଓଲଟିଲା ଅଟୋ: ଗାଡ଼ି ଚାଳକ ଗୁରୁତର, ୬ ଛାତ୍ରଛାତ୍ରୀ ଆହତ

1 month ago 14
ARTICLE AD BOX

ସୋର: ସ୍ୱାଧୀନତାଦିବସ ପାଇଁ ସ୍କୁଲକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ଗାଡ଼ି ଚାଳକ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଚାଳକଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି

ସୂଚନା ମୁତାବକ ଆଜି ସକାଳେ ଏକ ବ୍ୟାଟେରୀ ଚଳିତ ଅଟୋରେ ବାହାନଗା ବ୍ଲକ ଷଠି ଅଂଚଳର ୮ରୁ ଅଧିକ ଛାତ୍ରଛାତ୍ରୀ ନିକଟରେ ଥିବା ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିଲେ। ଏହି ସମୟରେ ଷଠି ଛକ ନିକଟରେ ବର୍ଷା ହେଉଥିବାରୁ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଅଟୋରେ ଥିବା ଛାତ୍ରଛାତ୍ରୀ ଓ ଚାଳକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଅଟୋ ଚାଳକ କ୍ଷୀରୋଦ କୁମାର ପଣ୍ଡାଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

OCA: ଓସିଏ ନିର୍ବାଚନ ପ୍ରସଂଗ, ବିସିସିଆଇକୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.