ARTICLE AD BOX
ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ୨୦୨୦ରେ ଲେଫ୍ରିପଡ଼ା ଥାନା ଖୁଟଲାପାଲି ଗାଁରେ ଘଟିଥିବା ଏକ ପ୍ରାଣାନ୍ତକ ଆକ୍ରମଣ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ଅତିରିକ୍ତ ଦୌରା ଜଜ୍ ଚିନ୍ମୟ ଗଚ୍ଛାୟତ ଅଭିଯୁକ୍ତ ରାହୁଲ ମହାନନ୍ଦିଆ (୨୪)କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟେ କାରାଦଣ୍ଡ ୩ ମାସ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ଆଦାୟ ଜରିମାନାକୁ ପୀଡ଼ିତଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି।
Woman Attack Case: ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡ
ମାମଲା ଅନୁସାରେ, ୨ ଜାନୁଆରି ୨୦୨୦ ସନ୍ଧ୍ୟାରେ ଲେଫ୍ରିପଡ଼ା ଥାନା ଖୁଟଲାପାଲି ଗାଁ ରାସ୍ତାରେ ସମୀର ମହାନନ୍ଦିଆ ନାମକ ଜଣେ ଯୁବକ ଛିଡ଼ା ହୋଇଥିବା ବେଳେ ଗାଁର ରାହୁଲ ମହାନନ୍ଦିଆ ଟାଙ୍ଗିଆ ଓ ଠେଙ୍ଗାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ରକ୍ତାକ୍ତ ସମୀରର ଚିତ୍କାର ଶୁଣି ତାଙ୍କ ବାପା ଡମ୍ବରୁ ମହାନ୍ଦିଆ ଓ ଗାଁର କିଛି ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ରାହୁଲ ଦୌଡ଼ି ଚାଲି ଯାଇଥିଲା। ସମୀରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ୬ ତାରିଖରେ ଏତଲା ଦେବା ପରେ ପୁଲିସ ତଦନ୍ତ କରି ରାହୁଲ ମହାନନ୍ଦିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଲିସ ରିପୋର୍ଟ, ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ। ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ବେକ ପରିଚାଳନା କରିଥିଲେ।

4 hours ago
1


