ARTICLE AD BOX
କିଭ୍: ୟୁକ୍ରେନ୍ରେ ଭାରତୀୟ ଫାର୍ମା କମ୍ପାନି କୁସୁମ୍ ଗ୍ରୁପ୍ର ଏକ କାରଖାନା ରୁଷ୍ର ଡ୍ରୋନ୍ ଆକ୍ରମଣରେ ଧ୍ବଂସ ହୋଇଯାଇଛି। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନର ସୁମିରେ ଥିବା ଔଷଧ କାରଖାନାର ମୁଖ୍ୟ କୋଠା ପ୍ରାୟତଃ ନଷ୍ଟ ହୋଇଯାଇଛି। କୁସୁମ ଗ୍ରୁପ୍ ୧୯୯୪ ମସିହାରେ ୟୁକ୍ରେନକୁ ରପ୍ତାନି ହେଉଥିବା ଭାରତୀୟ ଔଷଧର ବିତରକ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଏହା ବର୍ତ୍ତମାନ ଭାରତୀୟ ନାଗରିକ ରାଜୀବ ଗୁପ୍ତା ଦ୍ୱାରା ପରିଚାଳିତ ହେଉଛି। ମୃତକଙ୍କ ସଂଖ୍ୟା ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଦୀର୍ଘ ସମୟ ପର୍ଯ୍ୟନ୍ତ କାରଖାନା ଅଞ୍ଚଳରୁ ଧୂଆଁ ବାହାରୁଥିଲା।
୨୦୦୨ ମସିହାରେ କୁସୁମ ଗ୍ରୁପ୍ ଅନ୍ୟ କମ୍ପାନିଗୁଡ଼ିକର ଉତ୍ପାଦ ବଣ୍ଟନ ବନ୍ଦ କରିଦେଇଥିଲା। ଏହା ପରେ କମ୍ପାନି ନିଜସ୍ୱ ବ୍ରାଣ୍ଡର ମାର୍କେଟିଂ ଆରମ୍ଭ କରିଥିଲା। ଏହା ପରେ କୁସୁମ ଗ୍ରୁପ୍ ଉତ୍ପାଦନ କ୍ଷେତ୍ରରେ ବିସ୍ତାର କରି ୨୦୦୭ ମସିହାରେ ଭାରତରେ ଓ ୨୦୦୯ ମସିହାରେ ୟୁକ୍ରେନର ସୁମିରେ ପ୍ଲାଣ୍ଟ ଖୋଲିଥିଲା। ଏହା ପରେ ଆଉ ଦୁଇଟି ଶାଖା ଆରମ୍ଭ ହେଲା। କମ୍ପାନୀ ୫୦ ରୁ ଅଧିକ ଉତ୍ପାଦ ଉତ୍ପାଦନ କରେ ଓ ୟୁକ୍ରେନ, ଉଜବେକିସ୍ତାନ, କାଜାଖସ୍ତାନ, ଫିଲିପାଇନ୍ସ ପରି ନଅରୁ ଅଧିକ ଦେଶରେ ବିକ୍ରି କରେ। ଉଲ୍ଲେଖନୀୟ ଯେ, ରୁଷ-ୟୁକ୍ରେନ୍ ସହିତ ଯୁଦ୍ଧ ସମୟରେ ସୁମି ପ୍ଲାଣ୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା, କିନ୍ତୁ ବର୍ତ୍ତମାନ ଡ୍ରୋନ୍ ଆକ୍ରମଣରେ ଗୁରୁତର କ୍ଷତି ସହିଛି। କ୍ଷତିର ପରିମାଣ ଅତି କମ୍ରେ ୪୦୦ କୋଟି ହେବ ବୋଲି ଆକଳନ କରାଯାଇଛି।
US Tariff: ଡ୍ରୋନ୍ ଉପରେ ୧୦୦% ଶୁଳ୍କ ଲଗାଇଲା ଆମେରିକା: ଆପତ୍ତି ଉଠାଇଲା ଚୀନ୍
ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର୍ ଜେଲେନସ୍କି ‘ଏକ୍ସ’ରେ ଏକ ପୋଷ୍ଟ କରି ଫାର୍ମା କମ୍ପାନି ଉପରେ ରୁଷ୍ର ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ନିପ୍ରୋରେ ଏକ କମ୍ୟୁନିକେସନ ସେଣ୍ଟର ଉପରେ ମଧ୍ୟ ଆକ୍ରମଣ ହୋଇଛି, ଯେଉଁଥିରେ ୬ ଲୋକ ଆହତ ହୋଇଛନ୍ତି ବୋଲି ଜେଲେନସ୍କି ସାମାଜିକ ଗଣମାଧ୍ୟମରେ କହିଛନ୍ତି।

1 hour ago
1


