Awareness Through Street Plays ଆଦିବାସୀ କଳାକାରଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା

57 minutes ago 1
ARTICLE AD BOX

ଘୁ.ଉଦୟଗିରି(ସମୀର ପାଢ଼ୀ): ରାଇକଲା ଗ୍ରାମ ପଞ୍ଚାୟତରେ ଆଦିବାସୀ କଳାକାରମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ସରକାରଙ୍କ ଜନମଙ୍ଗଳ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 

Odia Culture: ସଂସ୍କୃତି ଓ ଲୋକକଳା ବଞ୍ଚାଇବା ଦାୟିତ୍ବ ଆମର: ଗଣଶିକ୍ଷାମନ୍ତ୍ରୀ
ରଟିଙ୍ଗିଆ ପଞ୍ଚାୟତ ମଗରଗୁଡ଼ା ଗ୍ରାମର ଜୟନନ୍ଦ ସାଂସ୍କୃତିକ ସମିତିର ସଦସ୍ୟମାନେ ଆଦିବାସୀଙ୍କ ପାରମ୍ପରିକ ବେଶଭୂଷାରେ ନାଚଗୀତ ଗାଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଏବଂ ସୁବିଧା ସମ୍ପର୍କରେ ସଚେତନ କରୁଛନ୍ତି। 

ଅର୍ଚ୍ଚନା ମାମଲାରେ ବିଜୟ ମହାପାତ୍ର କହିଲେ- ଯେତେ ଲୋକ କଳା ଟଙ୍କା ରଖିଛନ୍ତି ସବୁ ଇଡି ଫାସରେ ଛନ୍ଦି ହେବେ
ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିଭାଗ ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମରେ କଳାକାରମାନେ ଗୀତ, ନୃତ୍ୟ, ପଥପ୍ରାନ୍ତ ନାଟକ ଓ କଥାବାର୍ତ୍ତା ମାଧ୍ୟମରେ ସରକାରୀ ଯୋଜନାଗୁଡ଼ିକର ଉଦ୍ଦେଶ୍ୟ, ସୁବିଧା ଓ ଲୋକମାନେ କିପରି ଏହାର ଲାଭ ପାଇପାରିବେ ସେ ସମ୍ପର୍କରେ କୁଇ ଭାଷାରେ ସଚେତନ କରିଥିଲେ। ଏହାକୁ ଦେଖିବାକୁ ଗାଁର ଶତାଧିକ ଲୋକମାନେ ରୁଣ୍ଡ ହୋଇଥିଲେ।  ସମିତିର ସଭାପତି ଜୟାନନ୍ଦ ପ୍ରଧାନ ନାଟକ ପରିଚାଳନା କରିଥିବା ବେଳେ ସଦସ୍ୟ ଜୟ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.