80 Newly Appointed Police SI କେନ୍ଦ୍ରାଞ୍ଚଳର ନବନିଯୁକ୍ତ ସବ୍-ଇନ୍ସପେକ୍ଟରମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ

1 hour ago 3
ARTICLE AD BOX

କଟକ:  କେନ୍ଦ୍ରାଞ୍ଚଳ ପୁଲିସ ଅଧୀନସ୍ଥ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୮୦ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କ ପାଇଁ ଆଜି (ରବିବାର) କଟକସ୍ଥିତ ଆଇପିଏସ୍ ଅଫିସର୍ସ ମେସ୍‌ର ପାଢ଼ୀ ମେମୋରିଆଲ୍ ହଲ୍‌ରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। 

Odisha Police Reshuffle: ଓଡ଼ିଶା ପୁଲିସରେ ବଡ଼ ଅଦଳବଦଳ: ହିମାଂଶୁ ଲାଲ ହେଲେ EOW- STF ଆଇଜି, ସତ୍ୟବ୍ରତ ଭୋଇ ଆଇଜି ଗୁଇନ୍ଦା

ଓଡ଼ିଶାର ଡିଜିପି ବିନୟତୋଷ ମିଶ୍ରଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ନବନିଯୁକ୍ତ ସବ୍-ଇନ୍ସପେକ୍ଟରମାନଙ୍କୁ ବୃତ୍ତି ଓ କାର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।

News Inspectors- Odisha pOlice

ସେ ନିଜ ବକ୍ତବ୍ୟରେ, ଶୃଙ୍ଖଳା, ବୃତ୍ତିଗତ ସଚ୍ଚୋଟତା, ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ଆଇନର ଶାସନ ପ୍ରତି ସମ୍ମାନ ଉପରେ ଗୁରୁତ୍ୱ ଦେଇଥିଲେ। ପରିବର୍ତ୍ତିତ ଅପରାଧର ସ୍ୱରୂପ ଓ ପୋଲିସିଂରେ ଆସୁଥିବା ନୂତନ ଆହ୍ୱାନକୁ ଦୃଷ୍ଟିରେ ରଖି ନିଜ ଜ୍ଞାନ ଓ ଦକ୍ଷତାକୁ ନିରନ୍ତର ଭାବେ ବିକଶିତ କରିବା ସହ ନିଷ୍ଠା, ନିରପେକ୍ଷତା ଓ ବୃତ୍ତିଗତ ମନୋଭାବର ସହିତ ଦାୟିତ୍ୱ ତୁଲାଇବାକୁ ସେ ନବନିଯୁକ୍ତ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

Unsafe Odisha Police: ଅସୁରକ୍ଷିତ ଓଡ଼ିଶା ପୁଲିସ!: ୪୦ ହଜାରରୁ ଅଧିକ ଫୋର୍ସଙ୍କର ନାହିଁ ସୁରକ୍ଷା ଉପକରଣ

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପୁଲିସର ଅପରାଧିକ ଶାଖାର ଡିଆଇଜି ମାଦକର ସନ୍ଦୀପ ସମ୍ପତ ସମ୍ମାନିତ ଅତିଥି ଏବଂ ବକ୍ତା ଭାବେ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସେସ୍ ଏବଂ ଏନ୍‌ସିଡିଏସର ପୂର୍ବତନ ମୁଖ୍ୟ ଡଃ ରାମ କିଶୋର ଶର୍ମା ଭାବେ ଯୋଗ ଦେଇଥିଲେ।

Odisha Police's social media: ଓଡ଼ିଶା ପୁଲିସର ସୋସିଆଲ୍‌ ମିଡିଆ ଚଳାଇବ ପେସାଦାର ସଂସ୍ଥା

କେନ୍ଦ୍ରାଞ୍ଚଳର ବରିଷ୍ଠ ପୋଲିସ୍ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ନବନିଯୁକ୍ତ ସବ୍-ଇନ୍ସପେକ୍ଟରମାନଙ୍କ ସହ ଆଲୋଚନା କରିଥିଲେ। ଖୋର୍ଦ୍ଧା ଏସ୍‌ପି ପରମାର ସ୍ମିତ, ପୁରୀ ଏସ୍‌ପି ପ୍ରତୀକ ସିଂହ, କଟକ ଏସ୍‌ପି ବିନିଥ ଅଗରୱାଲ, କେନ୍ଦ୍ରପଡ଼ା ଏସ୍‌ପି ସିଦ୍ଧାର୍ଥ କାଟେରିଆ, ନୟାଗଡ଼ ଏସ୍‌ପି ଶୁଭେନ୍ଦୁ ପାତ୍ର, ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା ନିଜ ଅଭିଜ୍ଞତା ବାଣ୍ଟିବା ସହ କ୍ଷେତ୍ରସ୍ତରୀୟ ପୋଲିସିଂ, ନେତୃତ୍ୱ, ବୃତ୍ତିଗତ ଆଚରଣ ଏବଂ ଦାୟିତ୍ୱର ପ୍ରଭାବୀ ନିର୍ବାହ ସମ୍ପର୍କରେ ନବନିଯୁକ୍ତ ଅଧିକାରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଅତିରିକ୍ତ ଏସ୍‌ପି ଅଶ୍ୱିନୀ କୁମାର ସାହୁ ଏବଂ ଅତିରିକ୍ତ ଏସ୍‌ପି ମୀନାକ୍ଷୀ ଠାକୁର କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ସହଯୋଗ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.