ARTICLE AD BOX
ନୂଆଦିଲ୍ଲୀ: ଆସୁସ୍ ଜେନବୁକ୍ ୧୪ ତିନିଟି ପ୍ରୋସେସର୍ ବିକଳ୍ପ ସହ ଉପଲବ୍ଧ ହେଉଛି। ଏହାର ସବୁଠାରୁ ଉନ୍ନତ ୟୁଏକ୍ସ୩୪୮୦ଏଏ ମଡେଲ୍ରେ ଇଣ୍ଟେଲ୍ କୋର୍ ଅଲ୍ଟ୍ରା ୯ ୩୮୬ଏଚ୍ ପ୍ରୋସେସର୍ ରହିଛି। ଏଥିରେ ୧୬ଟି କୋର୍ ଓ ୧୬ଟି ଥ୍ରେଡ୍ ରହିଛି।
ସେହିପରି ୟୁଏକ୍ସ୩୪୮୦କେଏ ମଡେଲ୍ରେ ଏଏମ୍ଡି ରାଇଜେନ୍ ଏଆଇ ୭ ୩୪୫ ପ୍ରୋସେସର ଦିଆଯାଇଛି। ଏଥିରେ ୬ଟି କୋର୍ ଓ ୧୨ଟି ଥ୍ରେଡ୍ ରହିଛି। ଅନ୍ୟପଟେ ଆରମ୍ଭିକ ମଡେଲ୍ ୟୁଏକ୍ସ୩୪୮୦କ୍ୟୁଏରେ ସ୍ନାପଡ୍ରାଗନ୍ ଏକ୍ସ ଏକ୍ସ୧-୨୬-୧୦୦ ପ୍ରୋସେସର ମିଳିବ। ଏଥିରେ ୮ଟି କୋର୍ ଓ ୮ଟି ଥ୍ରେଡ୍ ରହିଛି।
ଆହୁରି ପଢ଼ନ୍ତୁ- 'Father': ‘ବାପା ହିଁ ଏମିତି କରିପାରିବେ’: ଝିଅର ଭାଇରାଲ ଭିଡ଼ିଓ ଦେଖି ବାପାଙ୍କୁ ସାଲ୍ୟୁଟ କଲେ ଲୋକେ
ବ୍ୟାଟେରି କ୍ଷମତା କଥା କହିବାକୁ ଗଲେ, କମ୍ପାନିର ଦାବି ଅନୁସାରେ ଜେନବୁକ୍ ୧୪ ଗୋଟିଏ ଥର ଚାର୍ଜ କଲେ ୩୩ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ। ଇଣ୍ଟେଲ୍ ମଡେଲ୍ରେ ୭୦ ଡବ୍ଲ୍ୟୁଏଚ୍ ଏବଂ ଏଏମ୍ଡି ମଡେଲ୍ରେ ୫୦ ଡବ୍ଲ୍ୟୁଏଚ୍ ବ୍ୟାଟେରି ରହିଛି। ଏହା ୬୮ ଡବ୍ଲ୍ୟୁ ଚାର୍ଜର ସହ ଚାର୍ଜିଂ ସୁବିଧା ପ୍ରଦାନ କରୁଛି।
କନେକ୍ଟିଭିଟି ଓ ଅନ୍ୟାନ୍ୟ ଫିଚର୍ସ
ଇଣ୍ଟେଲ୍ ଓ ଏଏମ୍ଡି ମଡେଲ୍ରେ ୱାଇ-ଫାଇ ୬ଇ ଏବଂ ବ୍ଲୁଟୁଥ୍ ୫.୪ ସୁବିଧା ରହିଛି। ଅନ୍ୟପଟେ ସ୍ନାପଡ୍ରାଗନ୍ ମଡେଲ୍ରେ ବ୍ଲୁଟୁଥ୍ ୫.୩ ସୁବିଧା ମିଳିବ।
ଇଣ୍ଟେଲ୍ ମଡେଲ୍ରେ ୟୁଏସ୍ବି ୩.୨ ଜେନ୍ ୧ ଟାଇପ୍-ଏ, ୟୁଏସ୍ବି ୩.୨ ଜେନ୍ ୨ ଟାଇପ୍-ସି, ଥଣ୍ଡରବୋଲ୍ଟ ୪, ଏଚ୍ଡିଏମ୍ଆଇ ୨.୧ ଏବଂ ୩.୫ ମିମି ଅଡିଓ ଜ୍ୟାକ୍ ରହିଛି।
ଏଏମ୍ଡି ମଡେଲ୍ରେ ୟୁଏସ୍ବି ଟାଇପ୍-ଏ, ୟୁଏସ୍ବି ୪.୦ ଟାଇପ୍-ସି, ୟୁଏସ୍ବି ୩.୨ ଜେନ୍ ୨ ଟାଇପ୍-ସି, ଏଚ୍ଡିଏମ୍ଆଇ ୨.୧ ଏବଂ ୩.୫ ମିମି ଅଡିଓ ଜ୍ୟାକ୍ ଦିଆଯାଇଛି।
ଆହୁରି ପଢ଼ନ୍ତୁ- Female Officer Sits In Protest: ୮ ମାସ ହେଲା ମିଳିନି ଦରମା, ହାତରେ ଭିକ୍ଷାଥାଳି ଧରି ଧାରଣାରେ ବସିଲେ ମହିଳା ଅଧିକାରୀ
ସେହିପରି ସ୍ନାପଡ୍ରାଗନ୍ ମଡେଲ୍ରେ ଗୋଟିଏ ୟୁଏସ୍ବି ଟାଇପ୍-ଏ, ଦୁଇଟି ୟୁଏସ୍ବି ୩.୨ ଜେନ୍ ୨ ଟାଇପ୍-ସି, ଏଚ୍ଡିଏମ୍ଆଇ ୨.୧ ଏବଂ ୩.୫ ମିମି ଅଡିଓ ଜ୍ୟାକ୍ ରହିଛି।
କମ୍ପାନିର ସୂଚନା ଅନୁସାରେ, ଇଣ୍ଟେଲ୍ ଓ ଏଏମ୍ଡି ମଡେଲ୍ରେ ଏନ୍ପିୟୁ କ୍ଷମତା ୫୦ ଟପ୍ସ ପର୍ଯ୍ୟନ୍ତ ରହିଛି। ଅନ୍ୟପଟେ ସ୍ନାପଡ୍ରାଗନ୍ ମଡେଲ୍ରେ ଏହା ୪୫ ଟପ୍ସ ପର୍ଯ୍ୟନ୍ତ ରହିଛି।
ଜେନବୁକ୍ ୧୪ର ତିନୋଟି ଯାକ ମଡେଲ୍ରେ ୱିଣ୍ଡୋଜ୍ ୧୧ ହୋମ୍ ଅପରେଟିଂ ସିଷ୍ଟମ୍ ଦିଆଯାଇଛି। ଏହାସହିତ ୧୬ ଜିବି ଏଲ୍ପିଡିଡିଆର୫ଏକ୍ସ ରାମ୍ ଏବଂ ୫୧୨ ଜିବି ଏମ୍.୨ ଏନ୍ଭିଏମ୍ଇ ପିସିଆଇଇ ୪.୦ ଏସ୍ଏସ୍ଡି ଷ୍ଟୋରେଜ୍ ମିଳିବ।
ଅଧିକ ଦେଖନ୍ତୁ-

7 minutes ago
1


