ARTICLE AD BOX
ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ରୂପା ଗହଣା ବ୍ରାଣ୍ଡ୍ ଚାନ୍ଦି ଭଣ୍ଡାର ପକ୍ଷରୁ ଦୀପାବଳି ଉପଲକ୍ଷେ ସ୍ୱତନ୍ତ୍ର ‘ରଙ୍ଗିଣୀ’ ସମ୍ଭାର ଉପସ୍ଥାପନ କରାଯାଇଛି। ଭାରତୀୟ ରଙ୍ଗୋଲିର ଉଜ୍ଜ୍ୱଳ ରଙ୍ଗ ଓ ସୂକ୍ଷ୍ମ କଳାକୃତିରୁ ପ୍ରେରଣା ନେଇ ଗହଣା ପ୍ରସ୍ତୁତରେ ରୂପ ଦିଆଯାଇଛି। ୯୨.୫ ଷ୍ଟର୍ଲିଂ ରୂପାରେ ପ୍ରସ୍ତୁତ ୧୮ କ୍ୟାରେଟ୍ ସୁନା ପ୍ଲେଟିଂ ସହ ଗାଢ଼ ଲାଲ, ରିଗାଲ୍ ରୟାଲ୍ ବ୍ଲୁ ଓ ଉଜ୍ଜ୍ୱଳ କମଳା ରଙ୍ଗର ଏନାମେଲ୍ କାମ କରାଯାଇଛି।
ଦୀପାବଳିରେ ଘର ସଜାଇବା ସହ ପୂଜା ସାମଗ୍ରୀ, ରୂପା ମୂର୍ତ୍ତି ଓ ବିଭିନ୍ନ ଉପହାର ସାମଗ୍ରୀ ମଧ୍ୟ ଉପଲବ୍ଧ ରହିଛି। ଚାନ୍ଦି ଭଣ୍ଡାରରେ ମହିଳାଙ୍କ ପାଇଁ କାନଫୁଲ, ଚୁଡ଼ି, ମୁଦି, ବ୍ରେସଲେଟ୍ ଓ ଆଙ୍କଲେଟ୍; ପୁରୁଷଙ୍କ ପାଇଁ ଚେନ୍, ପେଣ୍ଡେଣ୍ଟ୍, ମୁଦି ଓ ବ୍ରେସଲେଟ୍ ଓ ଶିଶୁଙ୍କ ପାଇଁ ଟ୍ରେଜର୍ସ ସମ୍ଭାର ରହିଛି। ଏହା ସହ ରୂପାରେ ନିର୍ମିତ ୱାଇନ୍ ଗ୍ଲାସ୍, ବୋତଲ, ଚା ସେଟ୍ ଓ ଅନ୍ୟାନ୍ୟ ଲାଇଫ୍ଷ୍ଟାଇଲ୍ ସାମଗ୍ରୀ ଗ୍ରାହକଙ୍କ ପାଇଁ ରହିଛି।
Jewellery: ଚାନ୍ଦି ଭଣ୍ଡାରର ‘ଚକା ନୟନ’ ସମ୍ଭାର
ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କହିଛନ୍ତି, ପ୍ରତ୍ୟେକ ଦୀପାବଳି ଲୋକଙ୍କ ଜୀବନରେ ଆଲୋକ ଓ ଆନନ୍ଦ ଆଣିଥାଏ। ଆମେ ସବୁବେଳେ ଆମ ଗ୍ରାହକଙ୍କ ପାଇଁ କିଛି ସ୍ୱତନ୍ତ୍ର ଆଣିବାକୁ ଚେଷ୍ଟା କରିଥାଉ। ‘ରଙ୍ଗିଣୀ’ ଜରିଆରେ ଭାରତୀୟ ରଙ୍ଗୋଲିର ରଙ୍ଗ ଓ କଳାକୃତିକୁ ଗହଣାର ରୂପ ଦିଆଯାଇଛି ବୋଲି ସେ କହିଛନ୍ତି। ଦୀପାବଳି ଅବସରରେ ଚାନ୍ଦି ଭଣ୍ଡାର ପକ୍ଷରୁ ରୂପା ଗହଣାର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏହି ଅଫର୍ ନଭେମ୍ବର ୮ ପର୍ଯ୍ୟନ୍ତ ବୈଧ ରହିବ।

13 minutes ago
2


