Assam-Arunachal: ଆସାମ-ଅରୁଣାଚଳ ସୀମା ବିବାଦ ତେଜିଲା, ଗୁଳିମାଡ଼ରେ ୧୮ ଆହତ

5 days ago 6
ARTICLE AD BOX

ଜୋରହାଟ: ଆସାମଅରୁଣାଚଳ ପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସୀମା ବିବାଦକୁ ନେଇ ସୋମବାର ପୁଣି ଉତ୍ତେଜନା ବଢ଼ିଛି। ଉଭୟ ରାଜ୍ୟର ସୀମାନ୍ତ ଅଞ୍ଚଳ ମିଙ୍ଗମାଙ୍ଗରେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ଆସାମର ୧୮ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତମାନେ ଉତ୍ତର ଆସାମର ଧେମାଜୀ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆହୁରି ପଢନ୍ତୁ :Indian Oil: ଇଣ୍ଡିଆନ ଅଏଲ୍‌ର ୧୦ କେଜିଆ ଏଲ୍‌ପିଜି ସିଲିଣ୍ଡର

ସୋମବାର ସକାଳୁ ବିବାଦୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ବିବାଦ ଉଗ୍ର ହେବା ପରେ ଅଜଣା ବ୍ୟକ୍ତିମାନେ ଆସାମ ପକ୍ଷର ଲୋକଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ରିପୋର୍ଟରେ ଗୁଳିମାଡ଼ ଅରୁଣାଚଳ ପଟୁ ହୋଇଥିବା କୁହାଯାଇଥିଲେ ମଧ୍ୟ ଅରୁଣାଚଳ ପୁଲିସ ଏଥିରେ ସମ୍ପୃକ୍ତ ଥିଲା କି ନାହିଁ, ତାହା ନିଶ୍ଚିତ ହୋଇନାହିଁ। ଏ ନେଇ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ବିବୃତି ମିଳିନାହିଁ। ଘଟଣା ପରେ ସୀମାନ୍ତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଉତ୍ତେଜନା ହ୍ରାସ ପାଇଁ ଉଭୟ ରାଜ୍ୟର ମୁଖ୍ୟ ସଚିବ ପରସ୍ପର ସହ ଯୋଗାଯୋଗରେ ଥିବା ସେ କହିଛନ୍ତି। ଆସାମର ଜମି ଯେପରି କେହି ଅକ୍ତିଆର କରିପାରିବେ ନାହିଁ, ତାହା ସୁନିଶ୍ଚିତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଶର୍ମା କହିଛନ୍ତି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଘଟଣା ଉପରେ ସୋମବାର ସୁଦ୍ଧା କୌଣସି ମନ୍ତବ୍ୟ ଦେଇନାହାନ୍ତି।

ଆହୁରି ପଢନ୍ତୁ :‘Pushpa Gang’ Leader ଚଳାଉଥିଲା ‘ପୁଷ୍ପା ଗ୍ୟାଙ୍ଗ’ଚକମା ଦେଇ ଫେରାଥିଲା, ସୁବର୍ଣ୍ଣପୁରରୁ ଧରାପଡ଼ିଲା

ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ପ୍ରାୟ ୮୦୪.୧ କିମି ଲମ୍ବା ଆନ୍ତଃରାଜ୍ୟ ସୀମା ରହିଛି। ଦଶନ୍ଧି ଧରି ଏହି ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଆସିଛି। ଅନେକ ସୀମାନ୍ତ ଅଞ୍ଚଳର ଜମି ଉପରେ ଉଭୟ ପକ୍ଷ ଦାବି କରୁଥିବାରୁ ମଧ୍ୟେମଧ୍ୟେ ଉତ୍ତେଜନା ସୃଷ୍ଟି ହୋଇଥାଏ। ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ସରକାରପୂର୍ବରୁ ଆଲୋଚନା ଓ ମିଳିତ ସର୍ବେକ୍ଷଣ ଭଳି ପଦକ୍ଷେପ ନେଇଛନ୍ତି। ସୋମବାରର ଗୁଳିମାଡ଼ ଘଟଣା ପରେ ସୀମାନ୍ତ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥା ବଢ଼ାଯାଇଥିବା ବେଳେ ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷର ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି। ଘଟଣାରେ ଗୁଳିମାଡ଼ କରିଥିବା ବ୍ୟକ୍ତିମାନଙ୍କ ପରିଚୟ ଓ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.