Aska Inundates: ବଡ଼ନଦୀ ଓ ଋଷିକୁଲ୍ୟାର ବନ୍ୟାଜଳରେ ଉବୁଟୁବୁ ଆସିକା

49 minutes ago 2
ARTICLE AD BOX

ଆସିକା: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବର୍ଷା ବିତ୍ପାତରେ ଆସିକାର ଜନଜୀବନ ଠପ୍‌ ହୋଇଛି। ୧୯୯୦ ବନ୍ୟା ଓ ତିତିଲି ବାତ୍ୟାରେ ସହରର ଯେଉଁ ଅବସ୍ଥା ଥିଲା ତାହା ଠାରୁ ବର୍ତ୍ତମାନର ସଂଙ୍କଟ ଅଧିକ ଜଟିଳ ହୋଇଛି। ସହରର ମୁଖ୍ୟନାଳ ଟିପିସର ଦେଇ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ସାରା ସହର ଜଳାର୍ଣ୍ଣବ ହୋଇରହିଛି। ସହରର ଅନେକ ତଳିଆ ଅଞ୍ଚଳରେ ୧୦-୧୨ ଫୁଟ ଉଚ୍ଚରେ ପାଣି ଢେଉ ମାରୁଛି। 

Cyclone Arnab Aftermath: ବାତ୍ୟା ଅର୍ଣ୍ଣବର ବର୍ଷା ବିତ୍ପାତ: ଗଞ୍ଜାମ ଓ ଗଜପତିରେ ୧ହଜାର ଗାଁ ପ୍ରଭାବିତ
ଦୁଇଦିନର ଲଗାଣ ବର୍ଷାରେ ଆସିକା ସହରର ଅବସ୍ଥା ବେହାଲ ହୋଇଥିବା ବେଳେ ଆଜି ସକାଳ ୬ଟା ବେଳେ ହଠାତ୍‌ ସହରରେ ବନ୍ୟାପାଣି ପଶିଥିଲା। ସକାଳ ୮ଟା ବେଳକୁ ବନ୍ରୟାଜଳ ମାତ୍ରା ବୃଦ୍ଧି ପାଇଁ ଦିନରେ ୧୨ ଫୁଟର ପାଣି ଚାଲିଥିଲା। ଆସିକା ନିକଟରେ ଋଷିକୁଲ୍ୟା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।  ବଡ଼ନଦୀରେ ମଧ୍ୟ ପ୍ରବଳ ସୁଅରେ ବନ୍ୟାଜଳ ପ୍ରବାହିତ ପାଉଛି l ସହରର ତଳିଆ ଇଲାକା ହରିହର ହାଇସ୍କୁଲ୍ ଛକ, ହାଟପଦା ଛକ, ଲାଲାଗୋର୍ଜି ଛକ, ବସ୍‌ଷ୍ଟାଣ୍ଡ, କଳିଙ୍ଗାରୋଡ଼, ତାଲୁକା ଛକ, ଇଲେକ୍ଟ୍ରିକ୍ ଅଫିସ, ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟ, ଥାନା ଓ ବ୍ୟାଙ୍କ୍ ପାଣି ଘେରରେ ରହିଛି।

Ganjam Administration: ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୬,୧୭୦ ଜଣ ସ୍ଥାନାନ୍ତର, ବାଘଲଟି ଜଳଭଣ୍ଡାର ଉପରେ ନଜର
ସହରର ବସଷ୍ଟାଣ୍ଡ ନିକଟରେ ରହିଥିବା ଦୁଇଟି ପେଟ୍ରୋଲ ପମ୍ପ ପୂରା ବୁଡ଼ିଯାଇଥିବା ବେଳେ ଉପଖଣ୍ଡ ଡାକ୍ତରଖାନା ବି ବୁଡ଼ିଯାଇଛି। ଫଳରେ ବାତ୍ୟା ମୁକାବିଲା ପାଇଁ ଅଣାଯାଇଥିବା ୧୭ ପ୍ରସୂତିଙ୍କୁ ଉପରମହଲାକୁ ସ୍ଥାନାନ୍ତର କରାଯାଇଛି। ଓଟି ଓ ଲେବର ରୁମରେ ପାଣି ପଶି ରହିଥିବା ବେଳେ ପ୍ରସୂତିଙ୍କ ପ୍ରସବ ପାଇଁ ଚିନ୍ତା ବଢ଼ିଛି।

Cyclone: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର, ଜରୁରୀକାଳୀନ ବ୍ୟବସ୍ଥା ସୁଦୃଢ଼
ଏପଟେ ସମସ୍ତ ଦୋକାନବଜାର ପାଣି ଘେରରେ ରହିଥିବରୁ ବ୍ୟାପକ କ୍ଷତି ଆଶଙ୍କା କରାଯାଇଛି। ତହସିଲ ଓ ବ୍ଲକ୍‌ କାର୍ଯ୍ୟାଳୟ ବୁଡ଼ି ଯାଇଥିବାରୁ ବହୁ ମୂଲ୍ୟବାନ ଫାଇଲ ନଷ୍ଟ ହୋଇଛି। ଏପରିକି ବ୍ୟାଙ୍କରେ ପାଣି ପଶି ଯାଇଥିବାରୁ ଆଥିର୍କ କାରବାର ପ୍ରଭାବିତ ହେବା କୁହାଯାଇଛି। ବିଦ୍ୟୁତ ସବ୍‌ଷ୍ଟେସନ ପାଣିଘେରରେ ରହିଥିବାରୁ ବିଦ୍ୟୁତ ସେବା ପ୍ରଭାବିତ ହୋଇଥିବା ବେଳେ ମୋବାଇଲ ସେବା ମଧ୍ୟ ଠପ୍‌ ହୋଇଛି। କହିବାକୁ ଗଲେ ସହରରରେ ଏବେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି। 

ଓଡ଼ିଶା‌ରେ ପୂର୍ବାହ୍ନ ୯ଟା ସୁଦ୍ଧା ୬.୯୯% ମତଦାନ , ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ, ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ମତଦାନ ହୋଇଥିବାବେଳେ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ, ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ୪.୮୯ ପ୍ରତିଶତ ମତଦାନ
ତେବେ ଜଳମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସନ୍ଧ୍ୟାରେ ପ୍ରାୟ ଅଧଫୁଟ ପାଣି କମିଥିବା ଜଣାପଡ଼ିଛି। ସେହିପରି ଋଷିକୁଲ୍ୟା ନଦୀର ବନ୍ୟା ପାଣି ବିଭିନ୍ନ ପଞ୍ଚାୟତରେ ପଶିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଘର ଭାଙ୍ଗିଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.