Asian Games: ସ୍କ୍ବାସ୍‌ରେ ଅଭୟ, ଅନାହତଙ୍କୁ ରୌପ୍ୟ

14 hours ago 2
ARTICLE AD BOX

ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ରବିବାର ସ୍କ୍ବାସ୍‌ ଇଭେଣ୍ଟ୍‌ରୁ ୨ଟି ରୌପ୍ୟ ପଦକ ଆସିଛି। ପୁରୁଷ ଓ ମହିଳା ଏକକ ଫାଇନାଲ୍‌ରେ ପହଞ୍ଚିଥିବା ଦୁଇ ଭାରତୀୟ ଅଭୟ ଅଭୟ ସିଂହ ଓ ଅନାହତ ସିଂହ ରବିବାର ନିଜ ନିଜ ମ୍ୟାଚ୍‌ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଅଭୟ ୯-୧୧, ୫-୧୧, ୫-୧୧ରେ ମାଲେସିଆର ଏନ୍‌ଜି ଇଆନ୍‌ ୟୋଙ୍କଠୁ ପରାସ୍ତ ହୋଇଛନ୍ତି।

ନୁର ଜାମନ ପାଇଥିଲେ କାଂସ୍ୟ

ଫାଇନାଲ୍‌ରେ ପହଞ୍ଚିବା ପର୍ଯ୍ୟନ୍ତ ଗୋଟିଏ ବି ଗେମ୍‌ ହାରି ନଥିବା ଅଭୟ ସୋମବାର ଗତ ସଂସ୍କରଣ ବିଜେତାଙ୍କୁ ପ୍ରଥମ ଗେମ୍‌ରେ କଡ଼ା ଟକ୍କର ଦେଇଥିଲେ। ହେଲେ ବିଶ୍ବର ୧୮ ନମ୍ବର ମାଲେସିଆ ଖେଳାଳି ପ୍ରଥମ ଗେମ୍‌କୁ ୧୧-୯ରେ ଜିତି ନେଇଥିଲେ। ଦ୍ବିତୀୟ ଓ ତୃତୀୟ ଗେମ୍‌ରେ ବିଶ୍ବର ୨୬ ନମ୍ବର ଅଭୟ ସମାନ ୫-୧୧ ବ୍ୟବଧାନରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ଏବଂ ୟୋ ନିଜ ସ୍ବର୍ଣ୍ଣ ବଜାୟ ରଖିଥିଲେ। ପାକିସ୍ତାନର ନୁର ଜାମନ କାଂସ୍ୟ ପାଇଥିଲେ। ଅନ୍ୟପକ୍ଷରେ ଅନାହତ ୪-୧୧, ୪-୧୧, ୭-୧୧ରେ ମାଲେସିଆର ଶିବାସଙ୍ଗାରି ସୁବ୍ରମନ୍ୟୁମଙ୍କଠୁ ପରାଜିତ ‌ହୋଇଥିଲେ। ଜାପାନର ସାତୋମି ୱାତାନାବେ କାଂସ୍ୟ ପାଇଥିଲେ।

ଦିଲ୍ଲୀରେ ଆଉ ଏକ ପ୍ରତିବାଦ ଶୋଭାଯାତ୍ରା ଘୋଷଣା କରିଛି ସିଜେପି

Read Entire Article
LEFT SIDEBAR AD

Hidden in mobile, Best for skyscrapers.