Asian Games: ଲଙ୍ଗ୍‌ଜମ୍ପ୍‌ ଓ ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌ରେ ୫ ଭାରତୀୟ

14 hours ago 2
ARTICLE AD BOX

ନାଗୋୟା: ଚଳିତ ଏସୀୟ କ୍ରୀଡ଼ା ଲଙ୍ଗ୍‌ଜମ୍ପ୍‌ ଏବଂ ୪୦୦ ମିଟର ବାଧାଦୌଡ଼ର ଫାଇନାଲ୍‌ରେ ମୋଟ ୫ ଭାରତୀୟ ଆଥ୍‌ଲେଟ୍‌ ପ୍ରବେଶ କରିଛନ୍ତି। ପୁରୁଷ ଲଙ୍ଗ୍‌ଜମ୍ପ୍‌ ଯୋଗ୍ୟତା ପର୍ଯ୍ୟାୟରେ ମୁରଲୀ ଶ୍ରୀଶଙ୍କର ୭.୮୪ ମିଟର ସହ ଦ୍ବିତୀୟ ସ୍ଥାନରେ ଏବଂ ଡେଭିଡ୍‌ ପଟ୍ଟୁରାଜ ୭.୬୨ ମିଟର ସହ ସପ୍ତମ ସ୍ଥାନରେ ରହି ପଦକ ଦୌଡ଼ରେ ସାମିଲ ହୋଇଛନ୍ତି।

ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍‌ରେ ପ୍ରବେଶ

ସେହିଭଳି ପୁରୁଷ ୪୦୦ ମିଟର ବାଧାଦୌଡ଼ରେ ସନ୍ତୋଷ ତାମିଲରାସନ ୪୯.୬୧ ସେକେଣ୍ଡ ସହ ନିଜ ହିଟ୍‌ରେ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍‌ରେ ପ୍ରବେଶ କରିଥିଲେ। ତେବେ ୟଶାସ ପଲାକ୍ଷ ପ୍ରଥମ ହର୍ଡଲ ପାର୍‌ କରି ନପାରି ବିଦାୟ ନେଇଥିଲେ। ମହିଳାରେ ବିଥ୍ୟା ରାମରାଜ ଓ ଅନୁ ରାଘବନ ଯଥାକ୍ରମେ ୫୫.୭୩ ଓ ୫୫.୮୪ ସେକେଣ୍ଡ ସହ ନିଜ ନିଜ ହିଟ୍‌ରେ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ତେବେ ମହିଳା ୨୦ କିଲୋମିଟର ରେସ୍‌ ୱାକ୍‌ରେ ମଞ୍ଜୁ ରାଣୀ (୧:୪୦:୧୭ ସେକେଣ୍ଡ୍‌) ଷଷ୍ଠ ସ୍ଥାନରେ ଏବଂ ପ୍ରିୟଙ୍କା ଅଯୋଗ୍ୟ ହୋଇ ପଦକ ଜିତିବାରେ ବିଫଳ ହୋଇଛନ୍ତି।

Cricket: ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍‌: ଆଫ୍‌ଗାନିସ୍ତାନ ବିପକ୍ଷରୁ ଭାରତର ଅଭିଯାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.