ARTICLE AD BOX
ଭାରତୀୟ ମୁଷ୍ଟିଯୋଦ୍ଧା ଅଙ୍କୁଶ ପଙ୍ଘଲ ଚଳିତ ଏସୀୟ କ୍ରୀଡ଼ାରେ ପଦକ ନିଶ୍ଚିତ କରିଛନ୍ତି। ରବିବାର ପୁରୁଷ ୮୦ କିଲୋଗ୍ରାମ୍ କ୍ବାର୍ଟରଫାଇନାଲ୍ରେ ଏହି ୨୦ ବର୍ଷୀୟ ହରିୟାଣା ଯୁବକ ୫-୦ରେ ତାଜିକିସ୍ତାନର ନେକ୍ରୁଜ ସାଲିମୋଭଙ୍କୁ ମାତ୍ ଦେଇଥିଲେ।
Ankush Panghal Photograph: (sambad.in)ଆଇଚି: ଭାରତୀୟ ମୁଷ୍ଟିଯୋଦ୍ଧା ଅଙ୍କୁଶ ପଙ୍ଘଲ ଚଳିତ ଏସୀୟ କ୍ରୀଡ଼ାରେ ପଦକ ନିଶ୍ଚିତ କରିଛନ୍ତି। ରବିବାର ପୁରୁଷ ୮୦ କିଲୋଗ୍ରାମ୍ କ୍ବାର୍ଟରଫାଇନାଲ୍ରେ ଏହି ୨୦ ବର୍ଷୀୟ ହରିୟାଣା ଯୁବକ ୫-୦ରେ ତାଜିକିସ୍ତାନର ନେକ୍ରୁଜ ସାଲିମୋଭଙ୍କୁ ମାତ୍ ଦେଇଥିଲେ। ଶେଷ ରାଉଣ୍ଡ ଅଙ୍କୁଶଙ୍କ ବିପକ୍ଷରେ ଯାଇଥିଲା।
ପ୍ରଥମ ଦୁଇ ରାଉଣ୍ଡ ସପକ୍ଷରେ
ଏହି ରାଉଣ୍ଡରେ ଜଜ୍ମାନେ ସାଲିମୋଭଙ୍କୁ ୪-୧ ଦେଇଥିଲେ। ହେଲେ ପ୍ରଥମ ଦୁଇ ରାଉଣ୍ଡ ସପକ୍ଷରେ ଯାଇଥିବାରୁ ଏହା ଅଙ୍କୁଶଙ୍କୁ ବିଜୟ ଦେଇଥିଲା। ଫଳରେ ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଅଙ୍କୁଶ ମଙ୍ଗଳବାର ଉଜବେକିସ୍ତାନର ଫଜ୍ଲିଦିନ୍ ଏର୍କିନବୋଏଭଙ୍କୁ ଭେଟିବେ।
Asian Games: ବ୍ୟାଡ୍ମିଣ୍ଟନ: କ୍ବାର୍ଟରରୁ ତ୍ରିଶା-ଗାୟତ୍ରୀ, ଧ୍ରୁବ-ତନିଶା ବିଦା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

18 hours ago
2


