ARTICLE AD BOX
ନାଗୋୟା: ଚଳିତ ଏସୀୟ କ୍ରୀଡ଼ା ତୀରନ୍ଦାଜିର ଭାରତର ଦବ୍ଦବା ଜାରି ରହିଛି। ଗତ ହାଙ୍ଗ୍ଝୌ ଏସୀୟ କ୍ରୀଡ଼ାରେ ରେକର୍ଡ ୯ (୫ ସ୍ବର୍ଣ୍ଣ, ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ) ପଦକ ଜିତିଥିବା ଭାରତୀୟ ତୀରନ୍ଦାଜମାନେ ଏଠାରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଚଳିତ ଏସୀୟ କ୍ରୀଡ଼ା କମ୍ପାଉଣ୍ଡ ଓ ରିକର୍ଭ ତୀରନ୍ଦାଜିର ସେମିଫାଇନାଲ୍ରେ ଭାରତର ପୁରୁଷ ଓ ମହିଳା ଦଳ ସହ ମିଶ୍ରିତ ଦଳ ପ୍ରବେଶ କରିଛନ୍ତି। କୁଶାଲ ଦଲାଲ, ସାହିଲ ଯାଦବ ଓ ଗେଣେଶମଣି ରତ୍ନମଙ୍କୁ ନେଇ ଗଠିତ ପୁରୁଷ କମ୍ପାଉଣ୍ଡ ଦଳ କ୍ବାର୍ଟରଫାଇନାଲ୍ରେ ୨୩୫-୨୩୨ରେ ହରାଇ ଏହି ସ୍ଥାନ ପକ୍କା କରିଥିଲା।
ଉଭୟ ଦଳ ବୁଧବାର ଦକ୍ଷିଣ କୋରିଆକୁ ଭେଟିବେ
ଏହା ପୂର୍ବରୁ ଭାରତ ରାଉଣ୍ଡ-୧୬ରେ ୟୁଏଇକୁ ୨୩୫-୨୧୫ରେ ହରାଇଥିଲା। ସେହିଭଳି ଜ୍ୟୋତି ସୁରେଖା ଭେନ୍ନାମ ଓ ଚିକିତା ତାନିପାର୍ଥୀ ଓ ପ୍ରୀତିକା ପ୍ରଦୀପଙ୍କୁ ନେଇ ଗଠିତ ମହିଳା ଦଳ କ୍ବାର୍ଟରଫାଇନାଲ୍ରେ କାଜାଖସ୍ତାନକୁ ୨୩୩-୨୩୦ ଏବଂ ପ୍ରିକ୍ବାର୍ଟରଫାଇନାଲ୍ରେ ମଙ୍ଗୋଲିଆକୁ ୨୩୮-୨୨୩ରେ ହରାଇଥିଲା। ସେମିଫାଇନାଲ୍ରେ ଭାରତର ଉଭୟ ଦଳ ବୁଧବାର ଦକ୍ଷିଣ କୋରିଆକୁ ଭେଟିବେ। ଚିକିତା ଓ ସାହିଲଙ୍କୁ ନେଇ ଗଠିତ ମିଶ୍ରିତ ଯୁଗଳ ଦଳ କ୍ବାର୍ଟରଫାଇନାଲ୍ରେ ୧୬୦-୧୪୬ରେ ମଙ୍ଗୋଲିଆ ଯୋଡ଼ିଙ୍କୁ ଏବଂ ପ୍ରିକ୍ବାର୍ଟରଫାଇନାଲ୍ରେ କାଜାଖସ୍ତାନ ଯୋଡ଼ିଙ୍କୁ ୧୫୯-୧୫୪ରେ ହରାଇଥିଲେ। ଭାରତ ଗତ ସଂସ୍କରଣରେ କମ୍ପାଉଣ୍ଡ ତୀରନ୍ଦାଜିରୁ ୫ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା।
Asian Games: ମୁଷ୍ଟିଯୁଦ୍ଧରେ ପଦକ ପକ୍କା କଲେ ଅଙ୍କୁଶ
ସେହିଭଳି ମିଶ୍ରିତ ରିକର୍ଭ ଯୁଗଳ ପ୍ରିକ୍ବାର୍ଟରଫାଇନାଲ୍ରେ ଭାରତୀୟ ଯୋଡ଼ି ଧୀରଜ ବୋମ୍ମାଦେବରା ଓ କୁମ୍କୁମ୍ ଅନୀଲ ହୋହୋଦ ୬-୦ରେ ୟୁଏଇକୁ ଏବଂ କ୍ବାର୍ଟରଫାଇନାଲ୍ରେ ୬-୦ରେ ଭିଏତ୍ନାମ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲେ। ନୀରଜ ଚୌହାନ, ଯଶଦୀବ ଭୋଗେ ଓ ଧୀରଜଙ୍କୁ ନେଇ ଗଠିତ ପୁରୁଷ ଦଳ ୫-୧ରେ ଫିଲିପାଇନ୍ସକୁ ଏବଂ କ୍ବାର୍ଟରଫାଇନାଲ୍ରେ ଚୀନ୍କୁ ୫-୧ରେ ହରାଛି। ସେହିଭଳି କୁମ୍କୁମ୍, ଅଙ୍କିତା ଭକତ ଓ କୀର୍ତ୍ତିଙ୍କୁ ନେଇ ଗଠିତ ମହିଳା ଦଳ ସମାନ ୬-୦ ବ୍ୟବଧାନରେ ପ୍ରିକ୍ବାର୍ଟରଫାଇନାଲ୍ ଓ କ୍ବାର୍ଟରଫାଇନାଲ୍ରେ ଯଥାକ୍ରମେ ମଙ୍ଗୋଲିଆ ଓ ଚାଇନିଜ୍ ତାଇପେକୁ ହରାଇ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି।

17 hours ago
1


