ARTICLE AD BOX
ନୂଆଦିଲ୍ଲୀ: ଚଳିତ ଏସୀୟ କ୍ରୀଡ଼ାରେ ସୂଚିକା ତରିୟାଲ୍ ନୂଆ ଇତିହାସ ରଚିବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ଥର ପଦାର୍ପଣ କରିଥିବା ପାରମ୍ପରିକ ମିଶ୍ରିତ ସାମରିକ କଳା (ଏମ୍ଏମ୍ଏ)ରେ କାଂସ୍ୟ ପଦକ ଜିତି ଭାରତୀୟ କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଛନ୍ତି। ଏହି ଉଲ୍ଲେଖନୀୟ ଯାତ୍ରାର କାହାଣୀ ଏବେ ସମସ୍ତଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ରହିଛି। ଏକାଧିକ ଖେଳରେ ନିଜକୁ ପ୍ରମାଣିତ କରିଥିବା ସୂଚିକା କିନ୍ତୁ ଏସୀୟ କ୍ରୀଡ଼ା ପଦକ ପାଇଁ ଅଧିକ ପ୍ରଶଂସିତ ହୋଇଛନ୍ତି। ସୂଚିକାଙ୍କ ସଫଳତାର ଯାତ୍ରା ରାତାରାତି ଆସି ନାହିଁ। ମାତ୍ର ୧୨ ବର୍ଷ ବୟସ ବେଳେ ଏକ ଘଟଣା ତାଙ୍କୁ ନିଆରା ବିଚାରବନ୍ତ କରିଥିଲା। ତାଙ୍କ ସହ ଘଟିଥିବା ଏକ ଘଟଣା ପାଇଁ ସେ ଆତ୍ମରକ୍ଷାର କଳା କୌଶଳ ଶିଖିବାକୁ ମନସ୍ଥ କରିଥିଲେ। ଜୁଡ଼ୋରେ ସାମିଲ ହୋଇ ଖେଳ ଶିଖିଥିଲେ। ପରେ ପରେ ସେ ଜି-ଜିତ୍ସୁ ଭଳି ଆଉ ଏକ ସାମରିକ କଳାର ଖେଳ ଶିଖିଥିଲେ। ଜୁଡ଼ୋରେ ୮ ଥର ଜାତୀୟ ବିଜୟିନୀ ହେବା ସହ ରାଜ୍ୟଗୋଷ୍ଠୀ ଜୁଡ଼ୋ ଏବଂ ବିଶ୍ବ ଜୁ ଜିତ୍ସୁରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ବି ପାଇଥିଲେ। ଏସିଆଡ୍ ପଦକ ୩୬ ବର୍ଷୀୟା ସୂଚିକାଙ୍କୁ ମହାନ କରି ଦେଇଛି। ଏବେ ହରିୟାଣା କ୍ରୀଡ଼ା ବିଭାଗରେ କନିଷ୍ଠ ପ୍ରଶିକ୍ଷକ ଭାବେ କାମ କରୁଥିବା ସୂଚିକା ମଧ୍ୟ ସିଆଇଏସ୍ଏଫ୍ ହେଡ୍ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ।
ଏସିଆଡ୍ ପଦକ ୩୬ ବର୍ଷୀୟା ସୂଚିକାଙ୍କୁ କରି ଦେଇଛି ମହାନ
‘ପିଲାଟି ଦିନରୁ ମୁଁ କିଛି ନା କିଛି ଲଢ଼ୁଆ ଖେଳରେ ରହିବି ବୋଲି ସ୍ବପ୍ନ ଥିଲା। ଜୁଡ଼ୋକୁ ବାଛିଥିଲି, ସେହି ଯାତ୍ରା ଆଜି ମୋତେ ଏତେ ବାଟ ଆଣିଛି। ପରବର୍ତୀ ସ୍ତରକୁ ଯିବା ଏହା ଠିକଣା ମୂଳଦୁଆ ଥିଲା। ଜୁଡ଼ୋ ମୋତେ ଅନେକ ବାଟ ଦେଖାଇଛି’ ବୋଲି ହରିୟାଣାର ରୋହତକକୁ ଯାତ୍ରା ଆରମ୍ଭ କରିଥିବା ସୂଚିକା ପ୍ରକାଶ କରିଛନ୍ତି। ଏକ ସାଧାରଣ ପରିବାରରୁ ଆସି ଭୋପାଳ ସାଇ କେନ୍ଦ୍ର ଦେଇ ଜୁଡ଼ୋ, ଜୁ ଜିତ୍ସୁ ଓ ଏମ୍ଏମ୍ଏରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଜୁଡ଼ୋରେ ସେ ୨୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ୨୦୧୯ ରାଜ୍ୟଗୋଷ୍ଠୀ ଜୁଡ଼ୋ ଏବଂ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ ଜୁଡ଼ୋରେ ରୌପ୍ୟ ପଦକ ଜିତିଥିଲେ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୫୭ କିଲୋଗ୍ରାମ ବର୍ଗରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ୨୦୨୪ରେ ବିଶ୍ବ ଜୁ ଜିତ୍ସୁରେ ୬୩ କିଲୋଗ୍ରାମ କଣ୍ଟାକ୍ଟ ଫିମେଲ୍ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ବାସ୍ତବରେ ସୂଚିକାଙ୍କ ଏମ୍ଏମ୍ଏ କ୍ୟାରିୟର ଢ଼େର ଆଗରୁ ଆରମ୍ଭ ହୋଇଥିଲା। ୨୦୧୭ରେ ସେ ପଦାର୍ପଣ ବାଉଟ୍ ଜିତିବା ପରେ ଏହାଠାରୁ ଦୂରେଇ ଯାଇନଥିଲେ। ୨୦୨୪ ମସିହାରୁ ସେ ପେସାଦାର ଏମ୍ଏମ୍ଏ ଫାଇଟର୍ ପାଲଟିଛନ୍ତି। ଏସୀୟ ଏମ୍ଏମ୍ଏରେ ଦୁଇ ଥର କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
2 Babies Died: ହସ୍ପିଟାଲ୍ ଏସଏନସିୟୁରେ ନିଆଁ ଲାଗି ୨ ନବଜାତଙ୍କ ମୃତ୍ୟୁ, ୨୮ ଶିଶୁ ଉଦ୍ଧାର

16 hours ago
1


