ARTICLE AD BOX
ନାଗୋୟା:ଭାରତୀୟ ପୁରୁଷ କ୍ବାଡ୍ରାଣ୍ଟ ଦଳ ଚଳିତ ଏସୀୟ କ୍ରୀଡ଼ା ସିପକ୍ଟାକ୍ରରେ ପଦକ ପକ୍କା କରିଛନ୍ତି। ଗୁରୁବାର ଶେଷ ଗ୍ରୁପ୍ ମ୍ୟାଚ୍ରେ ଆକାଶ ୟୁମ୍ନାମ, ବବି କୁମାର, ମାଲେମଙ୍ଗାନ୍ବା ସିଂହ ସୋରୋଖାଇବାମ ଓ ରାମ କୁମାର ଶର୍ମାଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୦-୧୫, ୧୫-୧୩, ୧୫-୭ରେ ମିଆଁମାରକୁ ହରାଇ ସେମିଫାଇନାଲ୍ରେ ପହଞ୍ଚି ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛି।
ଭିଏତ୍ନାମ ଦ୍ବିତୀୟ ସ୍ଥାନରେ
ଭାରତ ଗ୍ରୁପ୍-ଏ’ର ନିଜର ପ୍ରଥମ ଦୁଇ ମ୍ୟାଚ୍ରେ ଲାଓସ୍କୁ ୧୫-୯, ୧୫-୮ରେ ଏବଂ ଭିଏତ୍ନାମକୁ ୧୫-୧୨ରେ ହରାଇଥିଲା। ଫଳରେ ୩ରୁ ୩ ଜିତି ଭାରତ ଶୀର୍ଷରେ ରହିଥିଲା ବେଳେ ଲାଓସ୍ ସହ ଡ୍ର’ ରଖି ଭିଏତ୍ନାମ ଦ୍ବିତୀୟ ସ୍ଥାନରେ ରହିଛି। ଏସୀୟ କ୍ରୀଡ଼ା ଇତିହାସରେ ଭାରତୀୟ କ୍ବାଡ୍ରାଣ୍ଟ ଦଳର ଏହା ପ୍ରଥମ ପଦକ। ପୂର୍ବରୁ ୨୦୧୮ ଜାକର୍ତ୍ତାରେ ପୁରୁଷ ଏବଂ ୨୦୨୩ ହାଙ୍ଗ୍ଝୌରେ ମହିଳା ରେଗୁ ଦଳ କାଂସ୍ୟ ଜିତିଥିଲେ।

1 day ago
2


