ARTICLE AD BOX
ମୋକି (ଚୀନ): ଚଳିତ କନିଷ୍ଠ ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତୀୟ ଦଳ ମଙ୍ଗଳବାର ଜବରଦସ୍ତ ପ୍ରଦର୍ଶନ କରିଛି। ଓଡ଼ିଆ ଅଧିନାୟକ ତଥା ତାରକା ଡ୍ରାଗ୍ ଫ୍ଲିକର ଅନମୋଲ ଏକ୍କା ଚମତ୍କାର ପ୍ରଦର୍ଶନ ଜାରି ରଖି ଭାରତକୁ ସେମିଫାଇନାଲ୍ ଦ୍ବାରରେ ପହଞ୍ଚାଇ ଦେଇଛନ୍ତି। ସୋମବାର ଭାରତୀୟ ଦଳ ଶକ୍ତିଶାଳି ଦକ୍ଷିଣ କୋରିଆ ବିପକ୍ଷରେ ୭-୩ରେ ଗୁରୁତ୍ବପୂର୍ଣ୍ଣ ବିଜୟ ହାସଲ କରିଛି। ପୁଲ୍ ‘ଏ’ ଶୀର୍ଷରେ ରହିବା ସମ୍ଭାବନାକୁ ବି ଦୃଢ଼ କରିଛି। ଭାରତ ନିଜ ଶେଷ ପୁଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇକୁ ଭେଟିବ।
ବିଜୟ ହାସଲ କରିଛି ଭାରତୀୟ ଦଳ
ଭାରତୀୟ ଦଳ ମଙ୍ଗଳବାର ନିର୍ଣ୍ଣାୟକ ତୃତୀୟ କ୍ବାର୍ଟରରେ ୩ ଗୋଲ୍ ଦେବା ଫଳରେ ବିଜୟ ଛଡ଼ାଇ ଆଣିଥିଲା। ଅଧିନାୟକ ଅନମୋଲ୍ ଏକାକୀ ଦୁଇ ଗୋଲ୍ ଦେବା ସହ ପ୍ରତିଯୋଗିତାରେ ତାଙ୍କ ଗୋଲ୍ ସଂଖ୍ୟାକୁ ୮ରେ ପହଞ୍ଚାଇଥିଲେ। ଏହି ମ୍ୟାଚ୍ ଅଧିକାଂଶ ସମୟ ସନ୍ତୁଳିତ ଅବସ୍ଥାରେ ଥିଲା। ପ୍ରଥମ ୩ କ୍ବାର୍ଟରରେ କେହି ବି ପ୍ରାଧାନ୍ୟ ବିସ୍ତାର କରିପାରିନଥିଲେ। ପଞ୍ଚମ ମିନିଟ୍ରେ ଅନମୋଲ୍ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ପର ମିନିଟ୍ରେ ହିଁ ଡୋହିଅନ୍ ଚୋଇ ଦଳର ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ସ୍ଥିତି ବରାବର କରି ଦେଇଥିଲେ। ଦ୍ବିତୀୟ କ୍ବାର୍ଟର ମଧ୍ୟ ସମାନ ଭାବେ ଗତିଶୀଳ ହୋଇଥିଲା। ୧୮ତମ ମିନିଟ୍ରେ ଲଭନୂର ସିଂହଙ୍କ ଫିଲ୍ଡ ଗୋଲ୍ରେ ଭାରତ ଆଗୁଆ ହୋଇଥିଲା କିନ୍ତୁ ହୋଗୁକ୍ ୟୁ’ଙ୍କ ପିସି ଗୋଲ୍ ପୁଣି ମ୍ୟାଚ୍କୁ ୨-୨ ସମତୂଲ ସ୍ଥିତିକୁ ନେଇ ଆସିଥିଲା।
ପ୍ରଥମାର୍ଦ୍ଧ ବିରତି ପୂର୍ବରୁ କିନ୍ତୁ ଅଜିତ ଯାଦବଙ୍କ ଗୋଲ୍ ବଳରେ ଭାରତ ୩-୨ ସୁବିଧାଜନକ ସ୍ଥିତିରେ ରହିଥିଲା। ଏହା ପରେ ଦକ୍ଷିଣ କୋରିଆ ଭାରତର ରକ୍ଷଣଭାଗକୁ ଭେଦ କରିବାକୁ ସବୁ ଦମ ଲଗାଇ ଦେଇଥିଲା। ୟୁ ନିଜ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେବାରୁ ଦକ୍ଷିଣ କୋରିଆ ତୃତୀୟ ଥର ପାଇଁ ମ୍ୟାଚ୍କୁ ବରାବର କରିଥିଲା। ୪୨ତମ ମିନିଟ୍ରେ କିନ୍ତୁ ଭାରତକୁ ପ୍ରଭଦୀପ ସିଂହ ୪-୩ରେ ଆଗୁଆ କରି ଦେଇଥିଲେ। ତୃତୀୟ କ୍ବାର୍ଟରରେ ଭାରତୀୟ ଦଳ ପ୍ରଧାନ୍ୟ ବିସ୍ତାର କରିଥିଲା। ବିଶେଷ କରି ୩ ମିନିଟ୍ରେ ୩ ଗୋଲ୍ ଦେଇ ଦକ୍ଷିଣ କୋରିଆକୁ ଆଉ ପ୍ରତ୍ୟାବର୍ତନ ସୁଯୋଗ ଦେଇନଥିଲା। ଗୁରସେବକ ସିଂହ (୫୫ ମିନିଟ୍), ଅନମୋଲ ଏକ୍କା (୫୬ ମିନିଟ୍) ଏବଂ ଆର୍ଯ୍ୟନ ଖେସ୍ (୫୮ ମିନିଟ୍) ମ୍ୟାଚ୍ର ଭାଗ୍ୟକୁ ସିଲ୍ କରି ଦେଇଥିଲେ। ଭାରତ ଓ ଜାପାନ ଏବେ ପୁଲ୍ ‘ଏ’ରେ ୩ ଲେଖାଏଁ ମ୍ୟାଚ୍ ଖେଳି ସମାନ ୭ ପଏଣ୍ଟରେ ରହିଛନ୍ତି।
Duleep Trophy Final: ଦଲୀପ ଟ୍ରଫି ଫାଇନାଲ୍: ଈଶାନଙ୍କ ଦ୍ବିଶତକ; ପୂର୍ବାଞ୍ଚଳ ୭୦୮

4 hours ago
1


