ARTICLE AD BOX
ଭୁବନେଶ୍ବର: ଓଡ଼ିଆ ଡିଫେଣ୍ଡର ଅନମୋଲ ଏକ୍କା ଆଗାମୀ ଏଏଚ୍ଏଫ୍ କନିଷ୍ଠ ଏସିଆ କପ୍ରେ ଭାରତୀୟ ପୁରଷ ଦଳର ନେତୃତ୍ବ ନେବେ। ଚୀନ୍ରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ତାଙ୍କ ନେତୃତ୍ବରେ ଘୋଷିତ ୧୮ ଜଣିଆ ଦଳରେ ଓଡ଼ିଶାରୁ ୭ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଗୋଲି ବିବେକ ଲାକ୍ରା, ଡିଫେଣ୍ଡର ଅନମୋଲ ଏକ୍କା, ରୋହିତ କୁଲୁ, ସଞ୍ଜିତ ତିର୍କି, ମିଡ୍ଫିଲ୍ଡର ଆଦ୍ରୋହିତ ଏକ୍କା, ଫରୱାର୍ଡ ଆର୍ଯ୍ୟନ ଖେସ୍ ଏବଂ ଅଲ୍ଟର୍ନେଟ୍ ଖେଳାଳି ରିତିକ ଲାକ୍ରା। ଏହି ଦଳ ସଂପ୍ରତି ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ନୂଆ ପ୍ରଶିକ୍ଷକ ଫ୍ରେଡେରିକ୍ ସୋୟେଜଙ୍କ ତତ୍ତ୍ବାବଧାନରେ ଅଭ୍ୟାସ ଚଲାଇଛନ୍ତି।
ଭାରତୀୟ କନିଷ୍ଠ ହକି ଦଳ
ଭାରତୀୟ କନିଷ୍ଠ ହକି ଦଳ: ଗୋଲି- ବିବେକ ଲାକ୍ରା, କୁନାଲ ତିୱାତିଆ, ଡିଫେଣ୍ଡର- ଅନମୋଲ ଏକ୍କା, ରୋହିତ କୁଲୁ, ଚିରାଗ, ରବିନ୍ଦର, ଅଶୁ ମୌର୍ଯ୍ୟ, ସଞ୍ଜିତ ତିର୍କି, ସୁଖବିନ୍ଦର, ମିଡ୍ଫିଲ୍ଡର- ଆଦ୍ରୋହିତ ଏକ୍କା, ହରପାଲ୍, ଜିତ୍ପାଲ୍, ମନମୀତ ସିଂହ ରାଇ, ଫରୱାର୍ଡ- ଅଜିତ ଯାଦବ, ପ୍ରଭଦୀପ ସିଂହ, ଗୁରସେବକ ସିଂହ, ଆର୍ଯ୍ୟନ ଖେସ୍, ଲଭ୍ନୂର ସିଂହ। ଅଲ୍ଟର୍ନେଟ୍ ଖେଳାଳି- ଅର୍ଜୁନ ସନ୍ତୋଷ ହର୍ଗୁଡେ, ରିତିକ ଲାକ୍ରା।
World U20 Athletics: ବିଶ୍ବ ୨୦ ବର୍ଷରୁ କମ୍ ଦୌଡ଼କୁଦ: ଜାତୀୟ ରେକର୍ଡ ସହ ଫାଇନାଲ୍ରେ ଅସ୍ଫାକ୍

1 hour ago
1


