ARTICLE AD BOX
ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ବର୍ଦ୍ଧିତ ବେତନ, ସ୍ଥାୟୀ ଅବସର ଭତ୍ତା ଆଦି ଏକାଧିକ ଦାବି ନେଇ ଆଜି (ବୁଧବାର) ଆଶାକର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
/filters:format(webp)/sambad/media/media_files/2026/07/09/mkg-asha-karmi-strike-3-2026-07-09-16-16-47.jpg)
ପୂର୍ବାହ୍ଣରେ ଶତାଧିକ ଆଶାକର୍ମୀ ପ୍ରଥମେ ସିଡିଏମଓ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ। ସିଡିଏମଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହାପରେ ଏକ ପଦଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଥିଲେ।
Incomplete Anganwadi Centre ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ, ଭଙ୍ଗା ଭଡ଼ାଘରେ ଚାଲିଛି ପ୍ରାକ୍ ଶିକ୍ଷା
ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସର୍ବାଧିକ କାର୍ଯ୍ୟ କରୁଛନ୍ତି। ଆଶାକର୍ମୀଙ୍କ ନିୟମିତ କାମ ଯୋଗୁଁ ଜିଲ୍ଲାରେ ଲଗାତାର ମା‘ ଓ ଶିଶୁ ମୃତ୍ୟୁହାର କମିବାରେ ଲାଗିଛି। ଏତେ ସବୁ କାମ କରିବା ପରେ ମଧ୍ୟ ଆଶାକର୍ମୀମାନଙ୍କୁ ନିର୍ଦ୍ଧିଷ୍ଟ ସମ୍ମାନ ଜନକ ବେତନ ମିଳୁନାହିଁ। ଲୋକଙ୍କୁ ସେବା ଯୋଗାଇବା ପାଇଁ ଜୀବନ ବାଜି ଲଗାଇ କାମ କରୁଛନ୍ତି। ଗତ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାକର୍ମୀଙ୍କ ଦରମା ଦ୍ବିଗୁଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରିନାହିଁ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
Summer vacation: ଆଗୁଆ ଖରା ଛୁଟି ଯୋଜନା: ଛୁଟିରେ ଅଙ୍ଗନବାଡ଼ି ପିଲାଙ୍କ ପାଖରେ ପହଞ୍ଚିବ ଖାଦ୍ୟ
ପ୍ରଦତ୍ତ ଦାବିଗୁଡିକ ମଧ୍ୟରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାକର୍ମୀଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ। ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ବେତନ, ପ୍ରତି ମାସର ୧୦ ତାରିଖ ଦିନ ବେତନ ପ୍ରଦାନ କରିବା, ଆଶା ଭଉଣୀମାନଙ୍କ ଉପରେ ହେଉଥିବା ନିର୍ଯାତନା, ଅତ୍ୟାଚାର ଓ ଦୁର୍ବ୍ୟବହାର ତଥା ଅସଦାଚରଣ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ପ୍ରତି ଗାଁରେ ଅଙ୍ଗନବାଡି କେନ୍ଦ୍ରକୁ ଲାଗି ଆଶା ଗୃହ ନିର୍ମାଣ କରିବା, ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଆଶାକର୍ମୀଙ୍କୁ ଏଏଏମରେ ପଦୋନ୍ନତି ପ୍ରଦାନ କରିବା, କାର୍ଯ୍ୟ ସମୟରେ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା, ଅବସର କାଳୀନ ଗ୍ରାଚୁଏଟି ବାବଦକୁ ୧୦ ଲକ୍ଷ ଟଙ୍କା ଓ ମାସିକ ଭତ୍ତା ୫ ହଜାର ଟଙ୍କା ପ୍ରଦାନ କରିବା, ସେବା ପ୍ରଦାନ ପାଇଁ ୫ଜି ମୋବାଇଲ ପ୍ରଦାନ କରିବା ଆଦି ରହିଛି।

3 hours ago
1


