ARTICLE AD BOX
ଅବିଶ୍ବସନୀୟ ମନେ ହେଲେ ହେଁ ମଣିଷ ହଜାର ହଜାର ବର୍ଷ ହେଲା କୃତ୍ରିମ ଆଖି ବ୍ୟବହାର କରିଆସୁଛି। ଚିତ୍ରରେ ପ୍ରଦର୍ଶିତ କୃତ୍ରିମ ଆଖିଟିକୁ ଇରାନର ପ୍ରତ୍ନତତ୍ତ୍ବବିତ୍ମାନେ ‘ଦଗ୍ଧ ସହର’ (ସହର-ଇ-ସୋଖତା)ରୁ ଆବିଷ୍କାର କରିଥିଲେ। ଗବେଷଣାରୁ ଜଣାପଡ଼ିଛି ଯେ ଏ କୃତ୍ରିମ ଅଙ୍ଗଟିକୁ ଖ୍ରୀଷ୍ଟପୂର୍ବ ୨୯୦୦ରୁ ୨୮୦୦ ମଧ୍ୟରେ ନିର୍ମାଣ କରାଯାଇଥିଲା। ଅର୍ଥାତ୍ ଏହା ପ୍ରାୟ ୪୮୦୦ ବର୍ଷ ପୁରୁଣା। ଏହା ଜଣେ ମହିଳାଙ୍କ ଖପୁରିରେ ଲାଖି ରହିଥିଲା।
Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍କୋର୍ଟ ବିଚାରପତି ଓହରିଲେ
ସେହି ୨୫-୩୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ସେହି କୃତ୍ରିମ ଆଖି ସହିତ ପୋତି ଦିଆଯାଇଥିଲା। ଏହି କଳା ରଙ୍ଗର ଗୋଲାକାର ଅଙ୍ଗଟିକୁ ପ୍ରାକୃତିକ ଟାର୍ ଓ ପଶୁ ଚର୍ବିର ମିଶ୍ରଣରୁ ପ୍ରସ୍ତୁତ କରାଯାଇଥିବାରୁ ଏହା ଏତେ ବର୍ଷ ହେଲା ସଂରକ୍ଷିତ ହୋଇ ରହିପାରିଛି। ମହିଳାଜଣକ ଦୁଇଟି ପତଳା ସୁନା ତାର ବାନ୍ଧି ଆଖି ଗହ୍ବରକୁ ଏହା ଦ୍ବାରା ସୁରକ୍ଷିତ ରଖୁଥିଲେ। ଏହାକୁ ପ୍ରାକୃତିକ ଆଖିର ରୂପ ଦେବା ପାଇଁ ଏହା ଉପରେ ସୂକ୍ଷ୍ମ ଚିତ୍ରାଙ୍କନ କରାଯାଇଥିବାର ପ୍ରମାଣ ମିଳିଛି। ଆଜି ଅତ୍ୟାଧୁନିକ କୌଶଳରେ କୃତ୍ରିମ ଆଖି ପ୍ରସ୍ତୁତ କରାଯାଉଥିବା ବେଳେ ଏହି ସର୍ବପୁରାତନ ଆବିଷ୍କାର ବ୍ରୋଞ୍ଜ ଯୁଗର ମଣିଷଙ୍କ ବିଚକ୍ଷଣତାର ପ୍ରତିନିଧିତ୍ବ କରୁଛି।
UCC Bill: ମଧ୍ୟପ୍ରଦେଶ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ୍ ଗୃହୀତ

2 months ago
24


