ARTICLE AD BOX
ବେଙ୍ଗାଲୁରୁ: ବେଙ୍ଗାଲୁରୁର ହେବ୍ବାଲ ନିକଟସ୍ଥ କେମ୍ପାପୁର ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଜିମ୍ ଟ୍ରେନରଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ନାମ ନନ୍ଦନ ବୋଲି ଜଣାପଡ଼ିଛି। ଜିମ୍ର ପ୍ରଥମ ବାର୍ଷିକୋତ୍ସବ ପାର୍ଟି ଶେଷ ହେବା ପରେ ଏହି ସାଂଘାତିକ କାଣ୍ଡ ଘଟିଛି। ଏହି ଘଟଣାରେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଆହୁରି ପଢନ୍ତୁ :Political Crisis: ସ୍ପେନରେ ଗୃହ ସଙ୍କଟ ଏବଂ ବିଶାଳ ପ୍ରତିବାଦ ଆଗରେ ମୁଣ୍ଡ ନୁଆଁଇଲେ ସରକାର: ଆଗୁଆ ନିର୍ବାଚନ ଘୋଷଣା
ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଜିମ୍ର ବାର୍ଷିକୋତ୍ସବ ପାର୍ଟି ଚାଲିଥିଲା। ପାର୍ଟି ଶେଷ ହେବା ପରେ ନନ୍ଦନ ଜିମ୍ରେ ପ୍ରଶିକ୍ଷଣ ନେଉଥିବା ଅନୁଷ ନାମକ ଜଣେ ପରିଚିତ ବ୍ୟକ୍ତିଙ୍କ ଆପାର୍ଟମେଣ୍ଟକୁ ଯାଇଥିଲେ। ସେଠାରେ ଅନ୍ୟ ତିନିଜଣ ଜିମ୍ ଟ୍ରେନର— ଶରଥ, ନିଶାନ୍ତ ଏବଂ ବିଶ୍ୱନାଥଙ୍କ ସହ କୌଣସି କାରଣକୁ ନେଇ ନନ୍ଦନଙ୍କର ବାକ୍ଯୁଦ୍ଧ ଓ ପରେ ସଂଘର୍ଷ ହୋଇଥିଲା। ଏହି ଆକ୍ରମଣରେ ନନ୍ଦନ ଗୁରୁତର ଭାବେ ଆହତ ହୋଇଥିଲେ।
ଆହୁରି ପଢନ୍ତୁ :RRC NWR Apprentice Recruitment: ରେଳବାଇରେ ପୁଣି ଏକ ନୂଆ ଚାକିରିର ସୁଯୋଗ
ଆହତ ଅବସ୍ଥାରେ ନନ୍ଦନଙ୍କୁ ହେବ୍ବାଲର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ନନ୍ଦନଙ୍କ ଶରୀରରେଗୁରୁତର ଆଘାତର ଚିହ୍ନ ରହିଥିବା ପୋଲିସ ଦର୍ଶାଇଛି।
ଆହୁରି ପଢନ୍ତୁ :AI: ଏଆଇ ପ୍ରଯୁକ୍ତି ଦ୍ବାରା ୯ ମାସରେ ୨୫୫ ହାତୀଙ୍କୁ ବଞ୍ଚାଇଛି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ
ଏହି ଘଟଣା ସମ୍ପର୍କରେ ନନ୍ଦନଙ୍କ ମା’ ମଞ୍ଜୁଳା ଅମୃତହଳ୍ଲୀ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅନୁଷ, ଶରଥ, ନିଶାନ୍ତ ଓ ବିଶ୍ୱନାଥଙ୍କୁଗିରଫ କରିଛି। ବର୍ତ୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଅମୃତହଳ୍ଲୀ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

1 hour ago
1


