Argument over lighting lamp: ମଞ୍ଚ ଉପରେ ଦୀପ ପ୍ରଜ୍ୱଳନକୁ ନେଇ ଝଗଡ଼ା ଲାଗିଲେ ବିଧାୟକ ଏବଂ କଂଗ୍ରେସ ସାଂସଦ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ତାମିଲନାଡୁରେ ଏକ ସରକାରୀ କାର୍ଯ୍ୟକ୍ରମ ସମୟରେ ଟିଭିକେ ବିଧାୟକ ଏବଂ କଂଗ୍ରେସ ସାଂସଦଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ପ୍ରଥମେ ଦୀପ ପ୍ରଜ୍ୱଳନ କିଏ କରିବେ, ତାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଘଟଣା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଉଭୟଙ୍କ ମଧ୍ୟରେ ସର୍ବସାଧାରଣ ସ୍ଥାନରେ ତୀବ୍ର ବିତର୍କ ହେଉଥିବା ଦେଖାଯାଉଛି। ଏହି ସମୟରେ ମନ୍ତ୍ରୀ ଏସ୍. ରମେଶ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

ଘଟଣାଟି ସୋମବାର, ଅକ୍ଟୋବର ୫ର ବୋଲି କୁହାଯାଉଛି। ତ୍ରିଚିରେ ଆଇସିଡିଏସ ପକ୍ଷରୁ ଏକ  କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମନ୍ତ୍ରୀ ଏସ୍. ରମେଶ ପ୍ରଥମେ ଦୀପ ପ୍ରଜ୍ୱଳନ କରିଥିଲେ। ଏହାପରେ ଜିଲ୍ଲାପାଳ ପ୍ରତୀକ ଦୟାଲ ଏବଂ ତିରୁଭେରୁମ୍ବୁରର ମୁସିରି ବିଧାୟକ ବିଗ୍ନେଶ ଦୀପ ପ୍ରଜ୍ୱଳନ କରିଥିଲେ।

ଏହାପରେ ପରବର୍ତ୍ତୀ ବ୍ୟକ୍ତିଙ୍କ ଦୀପ ପ୍ରଜ୍ୱଳନ କରିବାର ପାଳି ଆସିବା ବେଳେ ତିରୁଭେରୁମ୍ବୁର ବିଧାୟକ ବିଜି ଏବଂ କଂଗ୍ରେସ ସାଂସଦ କ୍ରିଷ୍ଟୋଫର ତିଲକଙ୍କ ମଧ୍ୟରେ ପ୍ରଥମେ କିଏ ଦୀପ ପ୍ରଜ୍ୱଳନ କରିବେ, ତାହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।
ପ୍ରୋଟୋକଲ୍ ପାଳନ ହୋଇ ନଥିବାରୁ ଟିଭିକେ ବିଧାୟକ ଅସନ୍ତୁଷ୍ଟ ହୋଇ କଂଗ୍ରେସ ସାଂସଦଙ୍କ ହାତରୁ ଦୀପ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।କାର୍ଯ୍ୟକ୍ରମ ସମୟରେ ଉଭୟ ନେତାଙ୍କ ମଧ୍ୟରେ ବିବାଦ ବଢ଼ିଯିବା ପରେ ଟିଭିକେ ବିଧାୟକ ନଭଲପଟ୍ଟୁ ବିଜି କଂଗ୍ରେସ ସାଂସଦ କ୍ରିଷ୍ଟୋଫର ତିଲକଙ୍କ ହାତରୁ ମହମବତୀ ତଳେ ପକାଇ ଦେଇଥିଲେ।

ମନ୍ତ୍ରୀ ଏସ୍. ରମେଶ କଲେ ହସ୍ତକ୍ଷେପ

ଘଟଣା ସମୟରେ ମଞ୍ଚରେ ଉପସ୍ଥିତ ଥିବା ମନ୍ତ୍ରୀ ଏସ୍. ରମେଶ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ବିବାଦରେ ହସ୍ତକ୍ଷେପ କରି ସେମାନଙ୍କୁ ଶାନ୍ତ କରିଥିଲେ। ଏହାପରେ ଟିଭିକେ ବିଧାୟକ ଦୀପ ପ୍ରଜ୍ୱଳନ କରିଥିଲେ।

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.