Kandhamal worker death କେରଳରେ କନ୍ଧମାଳ ଜିଲ୍ଲାର ଶ୍ରମିକଙ୍କ ମୃତ୍ୟୁ

1 hour ago 2
ARTICLE AD BOX

ଘୁ.ଉଦୟଗିରି(ସମୀର ପାଢ଼ୀ): କେରଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା କନ୍ଧମାଳଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ଆଡ଼ିବଙ୍ଗା ଗ୍ରାମର  ସନ୍ତୋଷ ମଲ୍ଲିକ (୪୬)ଙ୍କ ଆଜି (ସୋମବାର) ପୂର୍ବାହ୍‌ଣରେ ମୃତ୍ୟୁ ଘଟିଛି। କେରଳରୁ ଗାଁକୁ ଶବ ଆଣିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ପରେ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। 

ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା: ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସନ୍ତୋଷଙ୍କ ମରଶରୀର କେରଳର କନ୍ନୁର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ରହିଛି। ପରିବାରରେ ସ୍ତ୍ରୀ ସ୍ନେହଲତା ମଲ୍ଲିକଙ୍କ ସମେତ ୫ ଜଣ ପୁଅଝିଅ ଅଛନ୍ତି। ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଶବକୁ ଆଣିବାକୁ ସେମାନଙ୍କ ନିକଟରେ ଅର୍ଥର ଅଭାବ ଥିଲା। ମୃତକଙ୍କ  ସ୍ତ୍ରୀ ସ୍ନେହଲତା ମଲ୍ଲିକ ସାମାଜିକ ସଂଗଠନ  'ସୋସିଆଲ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ' (ସ୍ୱାକ)ର ସଭାପତି ଆମନ ଚନ୍ଦ୍ର ନାୟକଙ୍କୁ ସହଯୋଗ ନିମନ୍ତେ ଜଣାଇଥିଲେ। 

Migrant Labour Crisis ସପ୍ତାହରେ ତିନି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ସ୍ଵାକ୍ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୃତକଙ୍କ ମରଶରୀରକୁ କେରଳରୁ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ତ୍ୱରିତ ସହାୟତା ନିମନ୍ତେ ଅନୁରୋଧ କରାଯାଇଥିଲା। ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱ ଦେଇ ମାନବିକତାର ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦,୦୦୦ ଟଙ୍କାର ସହାୟତା ଅନୁମୋଦନ କରିଛନ୍ତି। ଅନୁମୋଦିତ ସହାୟତା ରାଶିର ଚେକ୍‌କୁ ସ୍ୱାକର ସଭାପତି ଆମନ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଏବଂ ଜିଲ୍ଲା ମିଡିଆ ଫୋରମ୍ ସଭାପତି ସୁନୀଲ ବିଶାଳ ଗ୍ରହଣ କରିଥିଲେ। ପରେ ସେମାନେ ମୃତକଙ୍କ ପରିବାରକୁ ସାକ୍ଷାତ କରି ଚେକ୍‌ଟି ପ୍ରଦାନ କରିଥିଲେ। ଏହି ସମୟରେ ସ୍ୱାକର ସମ୍ପାଦକ ହୃଷିକେଶ ପ୍ରଧାନ ଓ ସନ୍ତୋଷ ଦିଗାଲ ମଧ୍ୟ ଉପସ୍ଥିତ ଥିଲେ।

Odia Worker's Death ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ନ୍ୟାୟ ଦାବିରେ ବିଜୁ ଏକ୍ସପ୍ରେସୱେ ଅବରୋଧ

ସୂଚନାଯୋଗ୍ୟ, ଗତ ଦୁଇ ମାସ ମଧ୍ୟରେ ବାହାରେ ରାଜ୍ୟରେ କାର୍ଯ୍ୟ କରୁଥିବା କନ୍ଧମାଳ ଜିଲ୍ଲାର ୧୬ ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.