ARTICLE AD BOX
ଭୁବନେଶ୍ବର: ମୋଦୀ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦେଶରେ ଅର୍ଥନୈତିକ ସୁନାମି ଆସିବାର ଆଶଙ୍କା ରହିଛି ବୋଲି ରାହୁଲ ଗାନ୍ଧୀ ପୂର୍ବରୁ ଚେତାବନୀ ଦେଇଥିଲେ। ଏହି ପ୍ରସଙ୍ଗକୁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଜାତିସଂଘରେ ନିଜ ସମ୍ବୋଧନରେ ଦୋହରାଇଛନ୍ତି। ସରକାରଙ୍କ ବଡ଼ ଶିଳ୍ପପତିପ୍ରୀତି ଓ ଗରିବ, କ୍ଷୁଦ୍ର ବ୍ୟବସାୟୀ ବିରୋଧୀ ନୀତି ଯୋଗୁଁ ଏହି ସଙ୍କଟ ସୃଷ୍ଟି ହୋଇଛି। ତେଣୁ ଏହି ଆର୍ଥିକ ବିପତ୍ତି ସମୟରେ ସରକାରଙ୍କ ପକ୍ଷରୁ କ’ଣ ପୂର୍ବ ପ୍ରସ୍ତୁତି ରହିଛି ତାହା ସ୍ପଷ୍ଟ କରିବା ଦରକାର ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି।
Economic Crisis: ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ବଢ଼ି ୨୮.୯% ଛୁଇଁଲା, ଶିକ୍ଷା ବଜେଟରେ ୨୩% ହ୍ରାସ
ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ମୁଖପାତ୍ର ହମିଦ ହୁସେନ୍ କହିଲେ, କ୍ରମାଗତ ମୂଲ୍ୟବୃଦ୍ଧି, ଟଙ୍କାର ଅବମୂଲ୍ୟାୟନ, ବେକାରୀ ସମସ୍ୟା ଓ ଜିଏସ୍ଟିର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ ବଢ଼ିବାରେ ଲାଗିଛି। ଚଳିତବର୍ଷ ଦେଶରୁ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ବାହାରକୁ ଚାଲିଯାଇଛି। ବର୍ତ୍ତମାନର ଜାଳେଣି ସଙ୍କଟ କେବଳ ବିଶ୍ୱ ଯୁଦ୍ଧ ଯୋଗୁଁ ହୋଇନାହିଁ ବରଂ ଗତ ୧୨ ବର୍ଷରେ ତୈଳ ଓ ଗ୍ୟାସ୍ ଅନୁସନ୍ଧାନ ପାଇଁ କୌଣସି ନୂତନ ପଦକ୍ଷେପ ନିଆଯାଇନାହିଁ।
କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ଓ ମୁଖପାତ୍ର ଜୟଶ୍ରୀ ପାତ୍ର କହିଲେ, ଦେଶରେ ଆର୍ଥିକ ସୁନାମୀ ଉପରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ କିମ୍ବା ଅନ୍ୟ ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି। ମୋଦୀ ସରକାରଙ୍କ ବିଗତ ୧୨ ବର୍ଷର ବିଫଳତାର ନିଜେ ସମସ୍ୟା ସୃଷ୍ଟି କରି ଏବେ ଅନ୍ୟ ଉପରେ ଦୋଷ ଲଦି ଚାଲିଛନ୍ତି। ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ପରେ ବି ପେଟ୍ରୋଲ ଦର କମୁନାହିଁ। କେନ୍ଦ୍ର ସରକାରଙ୍କ ମୋଟ ଋଣ ୨୦୦ ଲକ୍ଷ କୋଟିରୁ ଅଧିକରେ ପହଞ୍ଚିଛି, ଯାହାକି ସରକାରଙ୍କ ଚରମ ଅର୍ଥନୈତିକ ବିପର୍ଯ୍ୟୟ।

1 hour ago
1


