Arrested: ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ, ଅଭିଯୁକ୍ତ ସ୍ବାମୀ ଗିରଫ

1 hour ago 1
ARTICLE AD BOX

ଦେବଗଡ଼: ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ସୋନାଲି ପାଣିଗ୍ରାହୀଙ୍କୁ ବିବାହ ପରେ ‌ଯୌତୁକ ପାଇଁ ନିର୍ଯାତନା ଏବଂ ହତ୍ୟା ଉଦ୍ୟମ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ଅଭିଯୁକ୍ତ ସ୍ବାମୀ ଭୂବନେଶ୍ୱରର ଜଗନ୍ନାଥ ନଗର ଜିଜିପି କଲୋନୀର ସବ୍ୟସାଚୀ ମିଶ୍ର(୩୪)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତ ସବ୍ୟସାଚୀଙ୍କୁ କୋର୍ଟ ଚାଲାଣ କରିଛି। କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ ଭୂବନେଶ୍ୱର ଜଗନ୍ନାଥ ନଗର ଜିଜିପି କଲୋନୀର ଚିନ୍ମୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ର ଗତ ୨୦୨୩  ଡିସେମ୍ବର ୮ ତାରିଖରେ  ପୌରାଞ୍ଚଳର ଶାସନ ସାହିର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ସୋନାଲିକୁ ବିବାହ କରିଥିଲେ।ବିବାହ ସମୟରେ ସୋନାଲୀଙ୍କ ପରିବାର ଲୋକେ ଘରକରଣା ସାମଗ୍ରୀ ସହିତ ୧୦୭ ଗ୍ରାମର ସୁନା ଅଳଙ୍କାର ପ୍ରଦାନ କରିଥିଲେ। ବିବାହ ପରେ ସବ୍ୟସାଚୀ ଓ ସୋନାଲୀ ଗୋଆ ବୁଲିବାକୁ ଯାଇଥିଲେ।ଗୋଆରୁ ଫେରିବା ପରେ ସୋନାଲିଙ୍କ ଶାଶୂ ଓ ଶ୍ୱଶୁର ବାପଘରୁ ଅଧିକ ସୁନା ଓ ଟଙ୍କା ଆଣିବାକୁ କହି ମାନସିକ ନିର୍ଯାତନା ଦେଇଥିଲେ। ସ୍ୱାମୀ ସବ୍ୟସାଚୀ ନିଶା ଖାଉଥିବା ଜାଣିବାକୁ ପାଇ ସୋନାଲି ତାଙ୍କ ଶ୍ୱଶୁରଙ୍କୁ ଏ ସଂପର୍କରେ ଜଣାଇଥିଲେ। ସବ୍ୟସାଚୀ ସୋନାଲୀଙ୍କୁ ଏକ କୋଠରୀ ଭିତରେ ପ୍ରବଳ ମାଡ଼ ମାରିଥିଲେ। ପରେ ଅନୁଗୁଳରେ ଏକ ଘର କିଣିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା।

ଗୁରୁତର ଅବସ୍ଥାରେ ଉଦ୍ଧାର

ସୋନାଲିଙ୍କ ବଡ଼ଭାଇ ଉଭୟ ସୋନାଲି ଓ ସବ୍ୟସାଚୀଙ୍କୁ ଫୋନ ଯୋଗେ ଦେବଗଡ଼ ଆସିବାକୁ କହିଥିଲେ। ସୋନାଲି ଓ ସବ୍ୟସାଚୀ ସୋନାଲିଙ୍କ ବାପ ଘରେ ଥିବା ସମୟରେ ସୋନାଲିଙ୍କ ବଡ଼ଭାଇ ଭଉଣୀ ସୋନାଲି ନାମରେ ଉକ୍ତ ଘରଟି କିଣିବାକୁ ସବ୍ୟସାଚୀଙ୍କୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ଭାଇ ଖାଇବାକୁ ଯାଇଥିବା ସମୟରେ ସବ୍ୟସାଚୀ ତାଙ୍କମାଙ୍କ ନାମରେ ଉକ୍ତ ଘର କିଣିବା ପାଇଁ ଜିଦ ଧରିଥିଲେ। ଏଥିରେ ସୋନାଲି ରାଜି ନ ହେବାରୁ ସବ୍ୟସାଚୀ ତାଙ୍କୁ ମାଡ଼ ମାରିବା ସହ ହତ୍ୟା‌ ଧମକ ଦେଇଥିଲା। ଏପରିକି ସୋନାଲିଙ୍କର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିବାରୁ ସୋନାଲି ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉକ୍ତ ଘଟଣାରେ ଉଭୟ ପରିବାର ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। ଫଳରେ ସୋନାଲି ଗତ ଏପ୍ରିଲ ୧୩ରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି  ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Death: ଲଗାଣ ବର୍ଷାରେ ଘର କାନ୍ଥ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.